ବାଲେଶ୍ୱର ଏମ୍‌ସ ସାଟେଲାଇଟ୍‌ ସେଣ୍ଟରରେ ଆରମ୍ଭ ହେଲା ଓପିଡି ରୋଗୀସେବା

ବାଲେଶ୍ବର ୧୬।୦୪ : (ସଂକେତ ଟିଭି) ବାଲେଶ୍ୱର ଏମ୍‌ସ ସାଟେଲାଇଟ ସେଣ୍ଟରର ନୂତନ ଗୃହରେ ଆଜିଠୁ ସାପ୍ତାହିକ ଓପିଡି ସେବା ଆରମ୍ଭ ହୋଇଛି । ସପ୍ତାହରେ ଦୁଇ ଦିନ କେବଳ ଓପିଡି ରୋଗୀ ସେବା ଚାଲିବ । ଭୁବନେଶ୍ୱର ଏମ୍‌ସରୁ ଡାକ୍ତର ବାଲେଶ୍ଵର ଆସି ରୋଗୀ ଦେଖୁଛନ୍ତି।

ଆଜି ତିନିଟି ବିଭାଗରେ ଓପିଡି ସେବା ହୋଇଥିଲା । ବିଶେଷଜ୍ଞ ଡାକ୍ତରମାନେ ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ରୋଗୀସେବା ପ୍ରଦାନ କରିଥିଲେ। ଏହି ଦୁଇଦିନରେ ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତର କିଶୋର କୁମାର ବେହେରା, ଜେନେରାଲ୍ ସର୍ଜରୀ(ଶଲ୍ୟ ଚିକିତ୍ସା) ବିଭାଗର ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ସାହୁ ଏବଂ ସ୍କିନ୍(ଚର୍ମ ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତର ମନୋଜ କୁମାର ନାୟକ ରୋଗ ସମ୍ବନ୍ଧ‌ରେ ପରାମର୍ଶ ଦେଇଥିଲେ।

ସୂଚନା ଅନୁସାରେ, ପ୍ରତ୍ୟେକ ଶନିବାର ଓ ରବିବାର ଏହି ଓପିଡି ସ୍ବାସ୍ଥ୍ୟସେବା ମିଳିବ। ଡାକ୍ତରଙ୍କ ଅଭାବ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଡାକ୍ତରଙ୍କ ପଦବୀ ପୂରଣ ପରେ ସମସ୍ତ ବିଭାଗରେ ରୋଗୀସେବା ହେବ ।