କାଶ୍ମୀର ପଣ୍ଡିତଙ୍କୁ ଉପତ୍ୟକା ଛାଡିବାକୁ ଧମକ

ନୂଆଦିଲ୍ଲୀ ୧୭।୦୪ : (ସଂକେତ ଟିଭି) କାଶ୍ମୀରର ବାରାମୂଲା ଓ ଅନ୍ୟାନ୍ୟ ସ୍ଥାନରେ ବସବାସ କରୁଥିବା ପଣ୍ଡିତମାନଙ୍କୁ ତୁରନ୍ତ ସେହି ଅଞ୍ଚଳ ଛାଡି ଚାଲିଯିବାକୁ ଧମକ ଦିଆଯାଇଛି । ଅନେକ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ମିଳିଛି । ଯେଉଁଥିରେ ଉଲ୍ଲେଖ କରାଯାଇଛି କି ସେମାନେ ଯଦି ଏଠାରେ ରହିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ଇସ୍‌ଲାମ ଧର୍ମ ଗ୍ରହଣ କରନ୍ତୁ । ନଚେତ ସେଠାରୁ ତୁରନ୍ତ ପଳାଇଯାଆନ୍ତୁ । ଯଦି ନ ଯିବେ ତେବେ ମରିବାକୁ ପ୍ରସ୍ତୁତ ରୁହନ୍ତୁ । ଏହି ଭୂମି କେବଳ ମୁସଲିମଙ୍କର । ଏଠାରେ ହିନ୍ଦୁମାନଙ୍କର ସ୍ଥାନ ନାହିଁ ।

ନବେ ଦଶକରେ ଆମର ଭାଇମାନେ ଯେଉଁ ଅଧୁରା କାମ ଛାଡିଯାଇଛନ୍ତି ଆମେ ତାକୁ ପୂରା କରିବୁ । କାଶ୍ମୀରର ଏକ ସ୍ଥାନୀୟ ଆତଙ୍କୀ ସଙ୍ଗଠନ ଲସ୍କର-ଇଇସ୍‌ଲାମୀ ପକ୍ଷରୁ ଏହି ଚିଠି ଦିଆଯାଇଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଚିଠି ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଚିଠି ମିଳିବା ପରେ କାଶ୍ମୀର ପଣ୍ଡିତମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ନବେ ଦଶକରେ ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ହିଂସା ପୁଣି ସେମାନଙ୍କ ମନକୁ ଆନ୍ଦୋଳିତ କରୁଛି । ସେମାନେ ନିଜର ସୁରକ୍ଷା ଲାଗି ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ଅନୁରୋଧ କରିଛନ୍ତି ।