ଆଇପିଏଲ ବେଟିଙ୍ଗ ବେଳେ ପୋଲିସର ଚଢାଉ, ୯ ଗିରଫ

ରାଉରକେଲା ୧୭।୦୪ : (ସଂକେତ ଟିଭି) ଆଇପିଏଲ ବେଟିଙ୍ଗକୁ ନେଇ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରୁ ପୋଲିସ ୯ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ପୋଲିସ ୧୮ ମୋବାଇଲ ଏବଂ ଗୋଟିଏ ଲାପ୍‌ଟପ୍‌ ସହ ଗୋଟିଏ ଟାବଲେଟ୍ ଜବତ କରିଛି ।

ସୂଚନା ଅନୁସାରେ, ବୀରମିତ୍ରପୁର ଯମୁନାନାକିରେ ଚାଲିଥିବା ବଡ଼ଧରଣର ଆଇପିଏଲ ବେଟିଂ ଆଡ୍ଡ଼ାରେ ପୋଲିସ ଚଢାଉ କରିଥିଲା । ଆଇପିଏଲ ବେଟିଂ ମାମଲାରେ ପୁଲିସ ନଅ ଜଣଙ୍କୁ ଗିରଫ କରିଛି। ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି। ପୁଲିସ ୧୮ଟି ମୋବାଇଲ, ଲାପଟପ, ଟାବଲେଟ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଏହି ବେଟିଂରେ ଅନ୍ୟ କେଉଁମାନଙ୍କର ସଂପୃକ୍ତି ରହିଛି ସେ ନେଇ ବିରମିତ୍ରପୁର ପୋଲିସ୍‌ ତଦନ୍ତ କରୁଛି ।