ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍‌, ୪୦ରୁ ଉର୍ଦ୍ଧ୍ୱ ନାଗରିକଙ୍କ ମୃତ୍ୟୁ

କାବୁଲ୍ ୧୭।୦୪ : (ସଂକେତ ଟିଭି) ଆଫଗାନିସ୍ତାନ ସୀମାରେ ପଶି ପାକିସ୍ତାନର ବଡ଼ ଧରଣର ଏୟାରଷ୍ଟ୍ରାଇକ୍ । ତାଲିବାନ ଶାସନାଧିନ ଆଫଗାନିସ୍ତାନର ଖୋଷ୍ଟ ଅଞ୍ଚଳରେ ପଶି ଶୁକ୍ରବାର ମଧ୍ୟ ରାତିରେ ଏୟାରଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଏହି ଏୟାରଷ୍ଟ୍ରାଇକ୍‌ରେ ୪୦ ରୁ ଉର୍ଦ୍ଧ୍ୱ ନାଗରିକଙ୍କ ମୃତ୍ୟୁ ଘଟିଛି ଘଟିଥିବା ସୂଚନା ମିଳିଛି । ଶହେରୁ ଉର୍ଦ୍ଧ୍ୱ ନାଗରିକ ଆହତ ହୋଇଛନ୍ତି ।

ଆଫଗାନିସ୍ତାନର ସ୍ପୁରା ଜିଲ୍ଲା ଖୋଷ୍ଟ ଅଞ୍ଚଳକୁ ଟାର୍ଗେଟ୍ କରିଛି ପାକିସ୍ତାନ । ପାକ୍‌ର ପ୍ରାୟ ୨୬ଟି ଫାଇଟ୍ ଜେଟ୍ ଆଫଗାନିସ୍ତାନ ଭିତରେ ପଶି ମୀରପୁର, ମାନ୍ଦେଶ, ସାହିଦି ଏବଂ କାଇ ଅଞ୍ଚଳରେ ଭୀଷଣ ମିସାଇଲ ମାଡ କରିଛନ୍ତି । ଫଳରେ ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଜନଜୀବନ ଛାରଖାର ହୋଇଯାଇଛି । ମୃତ୍ୟୁ ଘଟିଥିବା ୪୦ରୁ ଉର୍ଦ୍ଧ୍ୱ ନାଗରିକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ଥିବା ଜଣାପଡ଼ିଛି ।