ମୁମ୍ବାଇ ଇଣ୍ଡିଆନ୍ସ ର କ୍ରମାଗତ ପରାଜୟ ପାଇଁ ମୁଁ ଦାୟୀ: ରୋହିତ ଶର୍ମା

ମୁମ୍ବାଇ ୧୭।୦୪ : (ସଂକେତ ଟିଭି) ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଏକମାତ୍ର ଦଳ ଭାବେ ସବୁ ମ୍ୟାଚ ହାରି ଏକ ନିଆରା ରେକର୍ଡ ସୃଷ୍ଟି କରିଛି । କାରଣ କ୍ରମାଗତ ୬ ମ୍ୟାଚ ହାରିବା ପରେ ପ୍ରବଳ ମାନସିକ ଚାପରେ ପଡିଛନ୍ତି ଅଧିନାୟକ ରୋହିତ ଶର୍ମା ।

ଶନିବାର ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ହାରିବା ପରେ ରୋହିତ କହିଛନ୍ତି ଯେ ଏପରି ପରିସ୍ଥିତି ପାଇଁ ମୁଁ କେବଳ ଦାୟୀ । କାରଣ ଦଳକୁ ସଠିକ ମାର୍ଗରେ ପରିଚାଳିତ କରିବାରେ ମୁଁ ନିଶ୍ଚିତ ବିଫଳ ହୋଇଛି । ଏହା ସହିତ ମୋର ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଅତି ନିରାଶ ଜନକ । ତେଣୁ ଶତଚେଷ୍ଟା ସତ୍ତ୍ୱେ କୌଣସି ମ୍ୟାଚରେ ଦଳକୁ ବିଜୟୀ କରାଇବା ସମ୍ଭବ ହୋଇ ପାରୁନି ।

ବିଜୟ ପାଇଁ ଯେତେ ଯୋଜନା କଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରୁନି । ପରାଜୟ ପଛରେ କଣ କାରଣ ରହିଛି,ତାହା ବୁଝି ପାରୁନି । ପ୍ରତି ମ୍ୟାଚର ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା କରା ଯାଉଛି । ତଥାପି କୌଣସି ପରିବର୍ତ୍ତନ ଆସୁନି । ତଥାପି ଆମେ ପୁଣି ବିଜୟ ଧାରାକୁ ଫେରିବା ପାଇଁ ବିଶ୍ୱାସ ରଖିଛୁ । ଅବଶ୍ୟ ଏତିକିରେ ଦୁନିଆ ଶେଷ ହୋଇ ଯାଇନି । ଆଗାମୀ ମ୍ୟାଚରେ ପୁଣି ସଫଳତା ପଥକୁ ଫେରିବା ପାଇଁ ଉଦ୍ୟମ କରିବୁ ।

ସୂଚନା ଯୋଗ୍ୟ ଯେ ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର ସବୁ ଫର୍ମାଟ ଅଧିଡ଼ାୟକ ପଦରୁ ଦୂରେଇ ଯିବା ପରେ ରୋହିତ ଶର୍ମାଙ୍କର ଦକ୍ଷତା ଓ ଆଇପିଏଲରେ ସଫଳ ଅଧିନ଼ାୟତ୍ୱକୁ ଦେଖି ଭାରତୀୟ ଦଳର ନେତୃତ୍ୱ ଭାର ଦିଆ ଯାଇଛି । ତେବେ ପ୍ରଥମ ଥର ପାଇଁ ଆଇପିଏଲରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସେ ଚଳିତ ଆଇପିଏଲର ଖେଳିଥିବା ୬ ମ୍ୟାଚରେ ମୋଟ ୧୪୧ ରନ କରିଛନ୍ତି ।