ଇଶାନ୍ କିଶନ୍ ୧୫ କୋଟି ପାଇଁ ଯୋଗ୍ୟ ନୁହନ୍ତି
ମୁମ୍ବାଇ ୧୭।୦୪ : (ସଂକେତ ଟିଭି) ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ତଥା ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍ ସେନ୍ ୱାଟ୍ସନ୍ ମୁମ୍ୱାଇ ଇଣ୍ଡିଆନ୍ସର ଖେଳାଳି ଇଶାନ୍ କିଶନ୍ଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି । ମୁମ୍ୱାଇ ଏଣ୍ଡିଆନ୍ସ ଆଇପିଏଲ୍ ୨୦୨୨ର ନିଲାମୀରେ ଇଶାନ୍ଙ୍କୁ ୧୫ କୋଟିରେ କିଣିବା ନେଇ ସେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ଏତେ ଟଙ୍କାରେ କିଣାଯିବା ଯୋଗ୍ୟ ନୁହନ୍ତି । ଏଥି ସହିତ ଜୋଫ୍ରା ଆର୍ଚରଙ୍କୁ ଏତେ ଟଙ୍କା ଦେଇ କିଣିବାକୁ ନେଇ ମଧ୍ୟ ସେ ଆଲୋଚନା କରିଛନ୍ତି ।
ମୁମ୍ୱାଇ ଏଣ୍ଡିଆନ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ମଧ୍ୟ ଜିତିାରି ନାହିଁ । ଯିଏକି ଇଶାନ୍ କିଶନଙ୍କ୍କୁ କିଣିବା ପାଇଁ ୧୫.୨୫ କୋଟି ଖର୍ଚ୍ଚ କରିଥିବା ବେଳେ ଆର୍ଚରଙ୍କୁ କିଣିବା ପାଇଁ ୮ କୋଟି ଖର୍ଚ୍ଚ କରିଛି । ଆର୍ଚର ଏବେବି କହୁଣୀରେ ଆଘାତ କାରଣରୁ ମ୍ୟାଚ୍ ଖେଳୁନାହାନ୍ତି । ଆଗାମୀ ସିଜିନରୁ ସେ ଟିମ୍ ସହିତ ଯୋଡ଼ି ହେବା ନେଇ ମଧ୍ୟ କୁହାଯାଉଛି । ୫ ଥର ଆଇପିଏଲ୍ ଚମ୍ପିଆନ୍ ଟାଇଟଲ୍ ହାସଲ କରିଥିବା ମୁମ୍ୱାଇ ରୋହିତ ଶର୍ମା, ଜସପ୍ରୀତ ବୁମରାହ, ସୂର୍ଯ୍ୟ କୁମାର ଯାଦବ ଏବଂ କାଇରନ୍ ପୋଲାର୍ଡଙ୍କୁ ପୁଣିଥରେ ଦଳରେ ସାମିଲ୍ କରିଥିଲା ।
ୱାଟ୍ସନ୍ ଦ ଗ୍ରେଡ୍ କ୍ରିକେଟର ପୋଡକାଷ୍ଟରେ ଆଲୋଚନା ବେଳେ କହିଛନ୍ତି ଯେ, ମମ୍ୱାଇ ଏଣ୍ଡିଆନ୍ସ ତାଲିକାର ତଳେ ରହିଛି । ମତେ ଏଥିରେ କିଛି ଅସୁବିଧା ଅନୁଭବ ହେଉନାହିଁ । କାରଣ ନିଲାମୀରେ ଏହା ବୁଝି ବିଚାରି ନିଷ୍ପତ୍ତି ନେଇ ନାହିଁ । ଇଶାନ୍ ଜଣେ ପ୍ରତିଭାବାନ୍ ଖେଳାଳି । କିନ୍ତୁ ସେ ଏତେ ଟଙ୍କା ଦେଇ କିଣିବା ଭଳି ଖେଳାଳି ନୁହନ୍ତି । ଜୋଫ୍ରା ଆର୍ଚରଙ୍କୁ ନେଇ ମଧ୍ୟ ସେ କହିଛନ୍ତି ଯେ, ଜଣାନାହିଁ ସେ ଖେଳିବାକୁ ଆସିବେ ନା ନାହିଁ । ସେ ବହୁତ ଦିନ ଧରି କ୍ରିକେଟ୍ ମଧ୍ୟ ଖେଳି ନାହାନ୍ତି । ତେବେ ଟିମର କିଛି ନିଷ୍ପତ୍ତି ଖରାପ ଥିବା ସେ କହିଛନ୍ତି ।