କହ୍ନେୟା କୁମାର ଧରିପାରନ୍ତି ବିହାର କଂଗ୍ରେସର ମଙ୍ଗ

ନୂଆଦିଲ୍ଲୀ ୧୮।୦୪ : (ସଂକେତ ଟିଭି) ବିହାରରେ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସରେ ସ୍ଥିତତା ଆଣିବା ଲାଗି କହ୍ନେୟା କୁମାର ଧରିପାରନ୍ତି ବିହାର କଂଗ୍ରେସର ମଙ୍ଗ । ବିହାରର ପ୍ରଦେଶ ଅଧ୍ୟକ୍ଷ ମଦନ ଗୋହନ ଝାଙ୍କ ଇସ୍ତଫା ପରେ ନୂତନ ଅଧ୍ୟକ୍ଷଙ୍କୁ ନେଇ କଳ୍ପନା ଜଳ୍ପନା ଜୋର ଧରିବା ବେଳେ ଏହି ଆସନ ପାଇଁ କହ୍ନେୟା କୁମାରଙ୍କର ନାଁ ଚର୍ଚ୍ଚା ହେଉଛି ।

ବିହାରରେ ଆରଜେଡି ଏବଂ କଂଗ୍ରେସର ମାର୍ଗ ଅଲଗା ହୋଇ ସାରିଛି । ଏହାର କାରଣ କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବା କୁହାଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ ଉପରେ ରହିଛି ତେବେ କହ୍ନେୟା କୁମାର ବିହାରର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେବେ ।

ବିହାରର ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, କହ୍ନେୟା କୁମାର ଭୂମିହାର ଜାତିରୁ ଆସିଛନ୍ତି । ଯଦି ବିହାରରେ ବିଜେପିକୁ ଚ୍ୟାଲେଞ୍ଜ କରିବାର ଅଛି ତେବେ କଂଗ୍ରେସରେ କହ୍ନେୟା କୁମାରଙ୍କ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ବିଶେଷଜ୍ଞ କହିଛନ୍ତି, କହ୍ନେୟା କୁମାରଙ୍କୁ ଦାୟିତ୍ୱ ମିଳିଲେ, ଭୂମିହାର ଯୁବ ବର୍ଗ ଯିଏ ବର୍ତ୍ତମାନ ବିଜେପି ସପକ୍ଷରେ ରହିଛନ୍ତି, ସେମାନେ କଂଗ୍ରେସ ଆଡକୁ ଢଳି ପାରନ୍ତି ।ଏହି ପ୍ରସଙ୍ଗରେ ରାଜ୍ୟର ନେତା କିଛି କହିବାକୁ ଚାହୁଁ ନାହାନ୍ତି ।

ବିହାର କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରେ ଅନେକ ନେତା ଅଛନ୍ତି । ସେଥିରୁ ସଦାକତ ଆଶ୍ରମାଙ୍କ ନାମ ଚର୍ଚ୍ଚାରେ ରହିଛି । ଏଥିସହ ଦଳିତ ଜାତିରୁ ଆସିଥିବା ମୀରା କୁମାରଙ୍କ ନାମ ମଧ୍ୟ ଏହି ଦୌଡରେ ରହିଛି ।