ମୋଦି ସରକାରଙ୍କ ଅବହେଳାରୁ ଯାଇଛି ୪୦ ଲକ୍ଷ ଲୋକଙ୍କ ଜୀବନ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ ୧୮।୦୪ : (ସଂକେତ ଟିଭି) କୋଭିଡ୍ ଜନିତ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ, ସରକାରଙ୍କ ଅବହେଳାରୁ ଯାଇଛି ୪୦ ଲକ୍ଷ ନିରିହ ଲୋକଙ୍କ ଜୀବନ । ମୃତକଙ୍କ ପରିବାରକୁ ପ୍ରତ୍ୟେକ ୪ଲକ୍ଷ ଟଙ୍କା ଆର୍ଥିକ ସହୟତା ଦେବାକୁ ସେ ଦାବି କରିଛନ୍ତି ।

ରାହୁଲ ଗାନ୍ଧି ତାଙ୍କ ଟ୍ୱିଟର ଆକାଉଣ୍ଟରେ ନ୍ୟୁୟର୍କ ଟାଇମସ୍‌ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ସେୟାର କରିଛନ୍ତି । ଯେଉଁଥିରେ କୋଭିଡର ବିଶ୍ୱସ୍ତରୀୟ ମୃତ୍ୟୁ ସଂଖ୍ୟା ଗଣତିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରୟାସକୁ ଭାରତ ସହଯୋଗ କରୁନି । ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧି କହିଛନ୍ତି ଯେ, ମୋଦି କେବେ ସତ କୁହନ୍ତି ନାହିଁ କି ଅନ୍ୟମାନଙ୍କୁ ସତ କହିବାକୁ ଦିଅନ୍ତି ନାହିଁ । ସେ ଏବେବି ଅମ୍ଳଜାନ ଆଭବରୁ କାହାରି ମୃତ୍ୟୁ ଘଟି ନଥିବା କହୁଛନ୍ତି । ମୁଁ ଆଗରୁ କହିଛି ଏବେ ମଧ୍ୟ କହୁଛି ସରକାରଙ୍କ ଅବହେଳା ଯୋଗୁ ଦେଶରେ ୫ ଲକ୍ଷ ନୁହଁ ୪୦ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି ।