ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ, ୩ ମୃତ

ବାରିପଦା ୧୮।୦୪ : (ସଂକେତ ଟିଭି) ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନମ୍ବର ନୂଆଗାଁ ଛକରେ ରାସ୍ତାକଡ଼ରେ ଛିଡା ହୋଇଥିବା ଲୋକଙ୍କୁ ଚାପିଦେଲା ଟ୍ରକ୍ । ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।

ମୃତକ ମାନେ ହେଲେ ଝାରପୋରିଆ ଥାନା ଅଂଚଳର ପଳାଶବଣି ଗ୍ରାମର ସୁକୁରା ମାହାଲି(୫୦), ବାଙ୍ଗିରିପୋଷି ଥାନା ଅଂଚଳର କଦମଡିହି ଗ୍ରାମର ସାଲଖାନ ହାଁସଦା, ବାଙ୍ଗିରିପୋଷି ଥାନା ଅଂଚଳର ବେଢାକୁଦର‌ ଗ୍ରାମର ଶୁଶାନ୍ତ ମହାନ୍ତ ଏବଂ ଗୁରୁତରଜଣକ ହେଲେ ସିଲିଫୋଡି ଗ୍ରାମର ଦୁର୍ଗା ନାଏକ। ଗୁରୁତରଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ ୪୯ ନୂଆଗାଁ ନିକଟ ଡାଇଭର୍ସନ ନିକଟରେ ଲୋକେ ଠିଆ ହୋଇଥିଲେ । ସେମାନେ ଅଙ୍ଗାରପଦା ହାଟରୁ ଫେରି ନୂଆଗାଁ ରାସ୍ତାକଡ଼ରେ ବୋଲରୋ‌ ରଖି ଛିଡ଼ା ହୋଇଥିଲେ । ସେହି ସମୟରେ ଲୋକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟିପଡିଥିଲା ।

ପୋଲିସ ସୋମବାର ଦିନ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ମୃତକଙ୍କ ଶଵ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଯାଇଛି ।