ଦିନେଶ କାର୍ତ୍ତିକ ଭାରତୀୟ ବିଶ୍ୱକପ୍ ଦଳରେ ସ୍ଥାନ ପାଇବା ପାଇଁ ହକ୍‌ଦାର୍‌: କୋହଲି

ମୁମ୍ବାଇ ୧୮।୦୪ : (ସଂକେତ ଟିଭି)ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜର ପୂର୍ବତନ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ୱିକେଟ କିପର-ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ବେଳେ ଦଳର ବିଜୟ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି । ପ୍ରତି ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବା ସହିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଗତ ମ୍ୟାଚରେ ୩୪ ବଲରୁ ୬୬ ରନ କରିବା ଫଳରେ ରୟାଲ ଚାଲେଞର୍ସ ଏକ ବଡ ସ୍କୋର (୧୮୯/୫ରନ) କରି ପାରିଥିଲା । ଫଳରେ ଦିଲ୍ଲୀକୁ ୧୬ ରନରେ ପରାସ୍ତ କରିବାରେ ଏହା ବିଶେଷ ସହାୟକ ହୋଇଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ବାଙ୍ଗାଲୋର ଏକଦା ୯୨ ରନରେ ୫ ୱିକେଟ ହରାଇ ମୁସ୍କିଲ ପରିସ୍ଥିତିରେ ପଡିଥିବା ବେଳେ କାର୍ତ୍ତିକ କେବଳ ୩୪ ବଲରୁ ୬୬ ରନ ଯୋଗ କରିବା ଫଳରେ ଦଳର ସ୍ଥିତି ମଜଭୂତ ହୋଇ ପାରିଥିଲା । ତେଣୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଗଠିତ ହେବାକୁ ଥିବା ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ହକଦାର ହୋଇ ପାରିବେ । ବିଶ୍ୱକପରେ ସଫଳ ହେଲେ ଭାରତ ପୁଣି ଟାଇଟଲ ହାସଲ କରିବା ସମ୍ଭବ ହୋଇ ପାରିବ ।

ସେହିପରି ଦିନେଶ କାର୍ତ୍ତିକଙ୍କ ପାଇଁ ଦୁଇଟି ଲକ୍ଷ୍ୟ ରହିଛି । ପ୍ରଥମଟି ହେଲା ଛୋଟ ଟର୍ମ ଓ ଦ୍ୱିତୀୟଟି ହେଲା ଦୀର୍ଘତମ ଲକ୍ଷ୍ୟ । ଛୋଟ ଟର୍ମରେ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜକୁ ଆଇପିଏଲ ଟାଇଟଲ ବିଜୟୀ କରାଇବା ଓ ଦୀର୍ଘତମ ଲକ୍ଷ୍ୟ ହେଉଛି ଭାରତକୁ ପୁଣି ଥରେ ଟି- ୨୦ ବିଶ୍ୱକପ ବିଜୟୀ କରାଇବା ।

ସୂଚନା ଯୋଗ୍ୟ ଯେ କାର୍ତ୍ତିକଙ୍କର ଏହି ମ୍ୟାଚ ବିଜୟୀ ଇନିଂସକୁ ଦଳର ପୁରୁଖା ପେସ୍ ବୋଲର ଜୋସ ହାଜେଲଉଡଙ୍କ ସମେତ ଅନ୍ୟ ସମ ସମସ୍ତ ଖେଳାଳି ଭୂୟସୀ ପ୍ରଶଂସା କରିଛନ୍ତି ।