ଭାରତରେ ହ୍ରାସ ପାଇଛି ୧୨% ଗରିବୀ

ନୂଆଦିଲ୍ଲୀ ୧୮।୦୪ : (ସଂକେତ ଟିଭି) ଗରିବୀକୁ ନେଇ ବିଶ୍ୱବ୍ୟାଙ୍କ କରିଥିବା ସର୍ବେକ୍ଷଣର ତଥ୍ୟ ପ୍ରକାଶ କରିଛି । ଯେଉଁଥିରେ ଭାରତରେ ଅତ୍ୟାଧିକ ଦାରିଦ୍ର୍ୟତା ହ୍ରାସ ହୋଇଛି ବୋଲି ଏକ ନୀତି ଅନୁସନ୍ଧାନ କାରୀ ପେପରରେ ଉଲ୍ଲେଖ କରାଯାଇଛି ।

ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ୨୦୧୧ ତୁଳନାରେ ୨୦୧୯ ବେଳକୁ ଅତ୍ୟାଧିକ ଗରିବୀରେ ୧୨.୩ ପ୍ରତିଶତ କମ ଦେଖାଯାଇଛି । ୱାର୍କିଂ ପେପର ଅନୁସାରେ ଭାରତରେ ୨୦୧୧ ବେଳକୁ ଦାରିଦ୍ର‌୍ୟତା ହାର ୨୨.୫ ପ୍ରତିଶତ ଥିଲା । ତେବେ ୨୦୧୯ ବେଳକୁ ଏହା ୧୦.୨ ପ୍ରତିଶତକୁ ହ୍ରାସ ହୋଇଥିଲା । ତେବେ ଏହା ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ) ପକ୍ଷରୁ ପ୍ରକାଶିତ ଏକ ୱାର୍କିଂ ପେପରରେ ଭାରତରେ ଅତ୍ୟାଧିକ ଦାରିଦ୍ର‌୍ୟତା ପ୍ରାୟ ସମାପ୍ତ ହୋଇଯାଇଥିବାର ଆକଳନ କରିଥିଲେ ।

ସହରାଞ୍ଚଳ ଅପେକ୍ଷା ଗ୍ରାମୀଣ ଭାରତରେ ୨୦୧୧ ବେଳକୁ ଦାରିଦ୍ର‌୍ୟତା ୨୬.୩ ପ୍ରତିଶତ ଥିବାବେଳେ ୨୦୧୯ ବେଳକୁ ୧୧.୬ ପ୍ରତିଶତକୁ ପହଞ୍ଚି ସାରିଥିଲା । ତେବେ ସହରାଞ୍ଚଳରେ ୧୪.୨ ପ୍ରତିଶତ ଥିବା ଦାରିଦ୍ର‌୍ୟତା ୬.୩ ପ୍ରତିଶତକୁ ହ୍ରାସ ହୋଇଥିବାର ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି । ବିଶ୍ୱବ୍ୟାଙ୍କର ଗବେଷଣା ପତ୍ର ଅନୁସାରେ ୨୦୧୧-୨୦୧୯ ମଧ୍ୟରେ ଗ୍ରାମୀଣ ଓ ସହରୀ ଗରିବୀରେ ଯଥାକ୍ରମେ ୧୭.୭ ଓ ୭.୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖା ଯାଇଛି ।