ଇଡି ସ୍କାନରରେ ଆମୱେ, ଆଟାଚ ହେଲା ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ ୧୯।୦୪ : (ସଂକେତ ଟିଭି) ମନିଲଣ୍ଡରିଂ ମାମଲାରେ ସୋମବାର ପ୍ରବର୍ତ୍ତନା ନିର୍ଦ୍ଦଶାଳୟ(ଇଡି) ପକ୍ଷରୁ ଏଫଏମସିଜି ଆମୱେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କମ୍ପାନୀ ବେଆଇନ ଭାବେ ଆୟ କରିଥିବା ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଅଟାଚ କରିଛି ଇଡି । କମ୍ପାନୀ ଏକାଧିକ ମାର୍କେଟିଂ ସ୍କାମରେ ସମ୍ପୃକ୍ତ ଥିବା ତଦନ୍ତକାରୀ ସଂସ୍ଥା ଇଡି ପକ୍ଷରୁ ସୂଚନା ଦିଆଯାଇଛି ।

ଜବତ ସମ୍ପତ୍ତି ମଧ୍ୟରେ ଜମି, ଫ୍ୟାକ୍ଟ୍ରି ବିଲଡିଂ, ପ୍ଲାଣ୍ଟ, ମେସିନାରୀ, ଯାନବାହନ, ବ୍ୟାଙ୍କ ଆକାଉଣ୍ଟସ୍ ଏବଂ ଫିକ୍ସଡ୍ ଡିପୋଜିଟ୍ ଆଦି ରହିଛି । ପୂର୍ବରୁ ଏହି କମ୍ପାନୀର ପ୍ରାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇ ଇଡି ୪୧୧.୮୩ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା । ସେଥିରେ ୩୬ଟି ବିଭିନ୍ନ ଆକଉଣ୍ଟରେ ୩୪୫.୯୪ କୋଟି ଟଙ୍କା କ୍ୟାସ ରହିଛି । ମଲ୍ଟି ଲିଭେଲ ମାର୍କେଟିଂ ନେଟୱର୍କ ଜରିଆରେ ଆମୱେ ବିଭିନ୍ନ ପ୍ରକାର ଆର୍ଥିକ ହେରଫେର କାର୍ଯ୍ୟ କରିଛି । କମ୍ପାନୀ ପକ୍ଷରୁ ଖୋଲା ବଜାରରେ ଯେଉଁ ପ୍ରଡକ୍ଟ ବିକ୍ରି କରାଯାଇଛି ତାହା ବଜାର ମୂଲ୍ୟଠାରୁ ବହୁ ଅଧିକ । ଅଧିକ ଲାଭ ନିଶାରେ ଏହି ନେଟୱର୍କିଂରେ ବହୁ ସଦସ୍ୟ ଫସିଛନ୍ତି ।