ମହଙ୍ଗା ହେଲା ମାରୁତି କାର୍‌

ନୂଆଦିଲ୍ଲୀ ୧୯।୦୪ : (ସଂକେତ ଟିଭି) ମାରୁତି ସୁଜୁକି କାର୍‌ର ଦାମରେ ବୃଦ୍ଧି ଘଟିଛି । ଦରବୃଦ୍ଧି ପଛରେ କମ୍ପାନୀର ଇନ୍ପୁଟ୍ ଖର୍ଚ୍ଚ ଅଧିକ ହୋଇଥିବା ଦର୍ଶାଯାଇଛି । ଏପ୍ରିଲ୍‌ ୧୮ରୁ ମାରୁତି ସୁଜୁକିର ସବୁ ମଡେଲ୍‌ ଦରରେ ୧.୩ ପ୍ରତିଶତ ବୃଦ୍ଧି କରାଯାଇଛି ।

ସୂଚନାଥାଉକି ଚଳିତମାସ ଏପ୍ରିଲ୍ ୬ ତାରିଖରେ ମାରୁଜି ସୁଜୁକି ମୂଲ୍ୟ ବୃଦ୍ଧି କରିବ ବୋଲି ଘୋଷଣା କରିଥିଲା । ଏହା ପୂର୍ବରୁ ଅର୍ଥାତ ୧ ଏପ୍ରିଲ୍‌ରୁ ମର୍ସିଡିଜ୍‌, ବିଏମ୍‌ଡବ୍ଲୁ, ଅଡି, ଟୟୋଟା ପ୍ରଭୃତି ଦାମୀ ବ୍ରାଣ୍ଡର କାର୍‌ ସେମାନଙ୍କ ମୂଲ୍ୟବୃଦ୍ଧି କରିଥିଲେ । ସେହିପରି ଟାଟା ମୋଟର୍ସ ମଧ୍ୟ ତା’ର କମର୍ସିଆଲ୍ ହ୍ୱିକିଲ୍ସରେ ୨.୫ ପ୍ରତିଶତ ଦରବୃଦ୍ଧି କରିଥିଲା । ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି କି କାର୍ ନିର୍ମାଣରେ ଲାଗୁଥିବା ପାର୍ଟ୍ସ ଗୁଡ଼ିକର ମୂଲ୍ୟବୃଦ୍ଧି ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସେହିପରି ଚଳିତ ମାସରେ କମ୍ପାନୀ ହ୍ୱିକିଲ୍ସରେ ମଧ୍ୟ ଦରବୃଦ୍ଧି କରିବ ବୋଲି ସୂଚନା ଦେଇଛି । ମଡେଲ ଅନୁସାରେ ଦର ବୃଦ୍ଧି ହେବ । ଗତ ୧ବର୍ଷ ହେବ ଇନ୍‌ପୁଟ୍ ଖର୍ଚ୍ଚରେ ବୃଦ୍ଧି ଯୋଗୁଁ କମ୍ପାନୀର ମାର୍ଜିନ୍‌ରେ ପ୍ରଭାବ ପଡ଼ୁଥିବା ପରିଲକ୍ଷିତ ହୋଇଛି ।