ମୋଦିଙ୍କୁ ଚିଠି ଲେଖି ଅଡ଼ୁଆରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ୍ ସରିଫ୍

ନୂଆଦିଲ୍ଲୀ ୧୯।୦୪ : (ସଂକେତ ଟିଭି) ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏବେ ଅଡ଼ୁଆରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ୍ ସରିଫ୍ । ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ବିକାଶ ପାଇଁ ଜମ୍ମୁ-କାଶ୍ମୀର ଓ ଅନ୍ୟ ବିବାଦୀୟ ପ୍ରସଙ୍ଗର ସମାଧାନ କରାଯିବାକୁ ମୋଦିଙ୍କୁ ଚିଠି ଲେଖିଥିଲେ ସରିଫ୍‌, ହେଲେ ଏକଥାକୁ ସଜଜରେ ହଜମ କରିପାରିନାହାନ୍ତି ପାକିସ୍ତାନୀ । ଯାହାଫଳରେ ନିଜ ଦେଶର ନାଗରିକଙ୍କ ରୋଷର ଶୀକାର ହୋଇଛନ୍ତି ସରିଫ୍ । ଏନେଇ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଓ ପାକିସ୍ତାନର ହାଇକମିଶନର ଥିବା ଅବଦୁଲ ବାସିତ୍ ମଧ୍ୟ ସରିଫ୍‌ଙ୍କୁ ଚିଠି ଲେଖି ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି, ଏହା ଖୁବ୍ ଦୁର୍ବଳ ପ୍ରତିକ୍ରିୟା । ଉଲ୍ଲେଖନୀୟ ଯେ, ଶାହାବାଜ୍ ସରିଫ୍‌ ଏହି ଚିଠି ରବିବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛାର ପ୍ରତି ଉତ୍ତରରେ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଶାହାବାଜ ସରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ହେବା ନେଇ ଟ୍ୱିଟରରେ ଅଭିନନ୍ଦନ ଜଣାଇଥିଲେ । ଏହାର ଉତ୍ତରରେ ମୋଦିଙ୍କୁ ଶାହବାଜ ଚିଠି ଲେଖିଥିଲେ । ତେବେ ଶାହବାଜଙ୍କ ଏହି ଚିଠିକୁ ନେଇ ଅବଦୁଲ ବାସିତ୍ ତାଙ୍କୁ ସମାଲୋଚନା କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି, କାଶ୍ମୀର କୌଣସି ପ୍ରସଙ୍ଗ ନୁହେଁ, ଏହା ଏକ ବିବାଦ । ପ୍ରଧାନମନ୍ତ୍ରୀ ମୋଦି ନିଜର ଶୁଭେଚ୍ଛାରେ ଆତଙ୍କବାଦ ନେଇ ଆଲୋଚନା କରିଥିଲେ । ଅବଦୁଲ ବାସିତଙ୍କ ଟ୍ୱିଟର ଜବାବ୍‌ରେ ଜଣେ ୟୁଜର ପଚାରିଛନ୍ତି, ତେବେ ପୁଣିଥରେ କ’ଣ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ନିଜର ପ୍ରଥମ କଥାବାର୍ତ୍ତାରେ ଭାରତ ସହିତ ଯୁଦ୍ଧ ଘୋଷଣା କରିଦେବା ଠିକ୍ ଥିଲା? ଜବାବ୍‌ରେ ବାସିତ କହିଛନ୍ତି,ମୋର କହିବାର ଅର୍ଥ କେବଳ ଏତିକି ଥିଲା ଭାରତରକୁ ଆହୁରି ଭଲ ଢଙ୍ଗରେ ଉତ୍ତର ଦେଇ ପାରିଥାନ୍ତେ ।