ମିଜୋରାମ ପରେ ତ୍ରିପୁରାରେ ବ୍ୟାପିଲା ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ

ନୂଆଦିଲ୍ଲୀ ୨୦।୦୪ : (ସଂକେତ ଟିଭି)ବ୍ୟାପିଲା ସ୍ୱାଇନ୍ ଫ୍ଲୁ । ଦେଶର ପୂର୍ବୋତ୍ତର ରାଜ୍ୟ ମିଜୋରାମ ପରେ ଏବେ ତ୍ରିୁରାରେ ସ୍ୱାଇନ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି । ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଥିବା ଏକ ପଶୁ ପ୍ରଜନନ କେନ୍ଦ୍ରରେ ଆଫ୍ରିକାନ ସ୍ୱାଇନ୍ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ଘଟଣା ସାମ୍ନାକୁ ଆସିବା ପରେ ଅଗରତାଲାର ଏକ ଟିମ୍ ପ୍ରଜନନ କେନ୍ଦ୍ରରେ ପହଁଚି ସ୍ଥିତି ଯାଞ୍ଚ କରିଛି ।

ତେବେ ଗତ ୧୩ ତାରିଖରେ କିଛି ଘୁଷୁରୀଙ୍କ ରକ୍ତ ନମୂନା ଟେଷ୍ଟିଂ ପାଇଁ ପଠାଯାଇଥିଲା । ଯାହା ପଜିଟିଭ୍ ଆଶିବା ପେର ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡକୁ ଆସିଯାଇଛି । ପ୍ରଜନନ କେନ୍ଦ୍ରରେ ଥିବା ଘୁଷୁରୀଙ୍କ ଠାରେ ଆଫ୍ରିକାନ୍‌ ସ୍ୱାଇନ୍ ଫ୍ଲୁ ଲକ୍ଷଣ ଦେଖାଯାଇଛି । ଏହା ସହ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ସତର୍କ ରଖିବାକୁ କୁହାଯାଇଛି । ଏବାବଦରେ ଗଠନ କରାଯାଇଥିବା ଟିମ୍ ଅତିଶୀଘ୍ର ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ରିପୋର୍ଟ ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଟିମ୍‌ର ସଦସ୍ୟ ଡାକ୍‌ତର ମୃଣାଳ ଦତ୍ତ କହିଛନ୍ତି । ସରକାର ଏହି ରୋଗକୁ ରୋକିବା ପାଇଁ ସଂକ୍ରମିତ ଘୁଷୁରୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଘୁଷୁରୀଙ୍କୁ ମାରିବା ପରେ ସେମାନଙ୍କୁ ୮ ଫୁଟ୍ ଗାତ କରି ପୋତି ଦିଆଯିବ । ପ୍ରଜନନ କେନ୍ଦ୍ରର ଏକ କିମି ପରିଧି ମଧ୍ୟରେ ଥିବା ସମସ୍ତ ଘୁଷୁରୀଙ୍କୁ ମରାଯିବ । ଏହାଦ୍ୱାରା ଭାଇରସ ଅନ୍ୟ ସ୍ଥାନକୁ ବ୍ୟାପି ପାରିବ ନାହିଁ ।