ଡେପୁଟି ରେଞ୍ଜରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର

ରାୟଗଡା ୨୦।୦୪ : (ସଂକେତ ଟିଭି) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳରେ କାର୍ଯ୍ୟରତ ଡେପୁଟି ରେଞ୍ଜର ବ୍ରଜ ମୋହନ ଭୋଇଙ୍କ ମୃତ ଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ, ବୁଧବାର ଦିନ ଡେପୁଟି ରେଞ୍ଜର ବ୍ରଜ ମୋହନ ଭୋଇଙ୍କ ତାଙ୍କ ବାସଭବନରେ ମୃତ୍ୟୁ ହୋଇଛି । ହେଲେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ଶବ ବ୍ୟବଚ୍ଛେଦ ଲାଗି ନିକଟସ୍ଥ ମେଡିକାଲକୁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ । ତେବେ ବାସଭବନରେ କିପରି ଡେପୁଟି ରେଞ୍ଜରଙ୍କ ମୃତ୍ୟୁ ହେଲା । ସେନେଇ ବିଭିନ୍ନ ଦିଗରୁ ଖୋଲତାଡ଼ ଆରମ୍ଭ କରିଛି ପୋଲିସ ।