ପିଲାମାନଙ୍କୁ ସେନାରେ ନିଯୁକ୍ତ କରୁଛନ୍ତି ପୁଟିନ

ନୂଆଦିଲ୍ଲୀ ୨୦।୦୪ : (ସଂକେତ ଟିଭି) ଚାଲିଥିବା ଯୁଦ୍ଧ ଦିନକୁ ଦିନ ବଢିବାରେ ଲାଗିଛି । ରୁଷ ଏହା କେବେ ବି ଭାବିନଥିଲା କି ଯୁଦ୍ଧ ଏତେ ଦିନ ଯିବ ବୋଲି । ଯାହା ଏବେ ରୁଷ ଲାଗି ଚିନ୍ତାର କାରଣ ପାଲଟିଛି । ଯାହାକୁ ଦେଖି ଏବେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି ।

ରିପୋର୍ଟ ଅନୁଯାୟୀ ରୁଷ ୟୁକ୍ରେନରେ ତାର ସୈନିକଙ୍କ ସଂଖ୍ୟା ବଢାଇବା ପାଇଁ ପିଲାମାନଙ୍କୁ ବ୍ୟବହାର କରୁଛି । ମାନବ ଅଧିକାର ସଂଗଠନ କହିଛି ଯେ, ଏହି ଯୁଦ୍ଧରେ ରୁଷର ସୈନିକମାନଙ୍କ ବହୁ ପରିମାଣରେ ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ରୁଷ ସେମାନଙ୍କର ଅଭାବ ପୂରଣ ପାଇଁ ପିଲାମାନଙ୍କୁ ନିଯୁକ୍ତି ଦେଉଛି ।

“ଡେଲି ମେଲ’ର ରିପୋର୍ଟ ଅନୁଯାୟୀ ମାନବିକ ଅଧିକାର ସଂଗଠନ ଅଭିଯୋଗ କରିଛି ଯେ ରୁଷ ୧୬ବର୍ଷର ପିଲାମାନଙ୍କୁ ସେନାରେ ନିୟୋଜିତ କରୁଛି । ଜଣେ ଅଧିକାରୀ କହିଛନ୍ତି ଯେ, କ୍ରେମଲିନ୍ ପୂର୍ବ ୟୁକ୍ରେନରେ ନିଜର ସୈନ୍ୟ ବୃଦ୍ଧି ପାଇଁ ପିଲାମାନଙ୍କୁ ନିଯୁକ୍ତି ଦେଉଛି । ତା’ର ପ୍ରସ୍ତୁତି ପ୍ରାୟ ୩୦,୦୦୦ ପିଲାଙ୍କୁ ନେଇ କରିଛି, କାରଣ ଯୁଦ୍ଧରେ ସମାନ ସଂଖ୍ୟକ ସୈନିକ ପ୍ରଭାବିତ ହୋଇଛନ୍ତି ।

ଏଥି ସହିତ ୟୁକ୍ରେନ କହିଛି ଯେ ପିଲାମାନଙ୍କୁ ସେନାରେ ଭର୍ତ୍ତି କରିବା ଜେନେଭା ସମ୍ମିଳନୀର ଉଲ୍ଲଂଘନ ଅଟେ । ୟୁକ୍ରେନ ଏହି ଘଟଣାର ତଦନ୍ତ ଦାବି କରିଛି । ମାନବ ଅଧିକାର ସଂଗଠନ ଅଭିଯୋଗ କରିଛି ଯେ, ପିଲାମାନଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ତାଲିମ ଦିଆଯାଉଛି ଏବଂ ଶୀଘ୍ର ସେମାନଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଯିବ । ପ୍ରଶିକ୍ଷଣରେ, ସେମାନଙ୍କୁ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣଠାରୁ ଆରମ୍ଭ କରି ସାମରିକ ଏବଂ ପ୍ରତିରକ୍ଷା କୌଶଳ ଶିକ୍ଷା ଦିଆଯାଉଛି । ଏହି ସଂଗଠନଗୁଡିକ ଭୟ କରୁଛନ୍ତି ଯେ କିଛି ପିଲା ରୁଷ ଦ୍ୱାରା ଯୁଦ୍ଧକ୍ଷେତ୍ରକୁ ପଠାଯାଇ ଥାଇପାରେ ଏବଂ ସେମାନେ ମରିଥାଇପାରନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଯୁଦ୍ଧକ୍ଷେତ୍ରରେ ଏହିପରି ଅନେକ ସୈନିକ ମଧ୍ୟ ଉପସ୍ଥିତ ରହିଛନ୍ତି, ଯେଉଁମାନେ ଯୁଦ୍ଧ ଅଞ୍ଚଳରେ ନିୟୋଜିତ ହୋଇନଥାନ୍ତେ । ଅନ୍ୟପକ୍ଷରେ, ୟୁକ୍ରେନ ସଂସଦରେ ମାନବ ଅଧିକାର କମିଶନର ଲ୍ୟୁଡମିଲା ଡେନିସୋଭା କହିଛନ୍ତି ଯେ, ପିଲାମାନେ ସାମରିକ ତାଲିମ ନେଉଛନ୍ତି । ଏହି ସମୟରେ ଅନେକଙ୍କର ମଧ୍ୟ ମୃତ୍ୟୁ ଘଟିଛି । ରୁଷ ପିଲାମାନଙ୍କୁ ସେନାରେ ସାମିଲ କରିବାରେ ଲାଗିଛି । ଯିଏ ଜେନେଭା ସମ୍ମିଳନୀର ନିୟମକୁ ଉଲ୍ଲଂଘନ କରୁଛି ଏବଂ ଏହାର ଅନୁସନ୍ଧାନ କରାଯିବା ଉଚିତ । ଏହ ପୂର୍ବରୁ ରୁଷର ସୈନିକମାନେ ପିଲାମାନଙ୍କୁ ମାନବ ସିଲ୍ଡ ଭାବରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା ।

ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଶତ୍ରୁପକ୍ଷ ୟୁକ୍ରେନ ପିଲାମାନଙ୍କୁ ମାନବ ସଲ୍ଡ ଭାବରେ ବ୍ୟବହାର କରୁଛି । ରୁଷୀୟ ସୈନିକମାନେ ଏହା କରୁଛନ୍ତି ଯାହା ଦ୍ୱାରା ପିଲାମାନଙ୍କର ପିତାମାତା ୟୁକ୍ରେନ ସୈନିକମାନଙ୍କୁ ସେମାନଙ୍କର ସୂଚନା ଦେଇପାରିବେ ନାହିଁ । ଏହା ବ୍ୟତୀତ ରୁଷର ସୈନିକମାନେ ମଧ୍ୟ ଲୁଟ୍ ଓ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।