କୋହଲି କିଛିଦିନ କ୍ରିକେଟ୍‌ଠାରୁ ଦୂରେଇ ଯିବା ଉଚିତ: ଶାସ୍ତ୍ରୀ

ମୁମ୍ବାଇ ୨୧।୦୪ : (ସଂକେତ ଟିଭି) ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି ଯେ ବିରାଟ କୋହଲି ନିଜର ପୁରୂଣା ଫର୍ମ ଫେରି ପାଇବା ପାଇଁ କିଛି ଦିନ କ୍ରିକେଟ ଠାରୁ ଦୂରେଇ ଯିବା ଉଚିତ । କାରଣ ଗତ ତିନି ବର୍ଷଧରି ସେ ଫର୍ମ ହରାଇବା ସହିତ ଭଲ ରନ କରି ପାରୁ ନାହାନ୍ତି ।

ସେ ଆହୁରି ୬/୭ ବର୍ଷ ଖେଳିବା ପାଇଁ ଦକ୍ଷତା ରଖିଛନ୍ତି । ମାତ୍ର ବର୍ତ୍ତମାନ ସେ ଠିକ ମାନସିକତା ମଧ୍ୟରେ ନ ଥିବାରୁ କୌଣସି ଫର୍ମାଟରେ ଶତକ ଅର୍ଜନ କରି ପାରୁ ନାହାନ୍ତି । ଏହା ସହିତ ରନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇ ଆସୁଛନ୍ତି । ସବୁ ଫର୍ମାଟ ଅଧିନାୟକ ପଦରୁ ଦୂରେଇ ଯାଇ ଥିଲେ ହେଁ ବ୍ୟାଟିଂ ଫର୍ମକୁ ଫେରିବା ସମ୍ଭବ ହୋଇ ପାରୁନି । ତେଣୁ ସେ ଯେଉଁ ଅବସ୍ଥାରେ ଅଛନ୍ତି କଦାପି ଭଲ ଖେଳି ପାରିବେ ନାହିଁ । ବରଂ କିଛି ଦିନ ବିଶ୍ରାମ ନେଇ ମାନସିକ ସ୍ତରରେ ସ୍ଥିରତା ଆଣିବା ଏକାନ୍ତ ଜରୁରି । ଚଳିତ ଆଇପିଏଲରେ ଅଧିନାୟକତ୍ୱ କରୁ ନ ଥିଲେ ହେଁ କୌଣସି ମ୍ୟାଚରେ ଭଲ ଖେଳି ପାରୁ ନାହାନ୍ତି । ତେଣୁ ସେ ସ୍ୱଇଛାରେ କ୍ରିକେଟ ଠାରୁ କିଛି ଦିନ ଦୂରେଇ ଯିବା ଠିକ ହେବ ବୋଲି ଶାସ୍ତ୍ରୀ କହିଛନ୍ତି ।