ବିଶ୍ୱର ଧନୀ ବ୍ୟକ୍ତି ଏଲୋନ ମସ୍କଙ୍କର ନାହିଁ ନିଜ ଘର

ନୂଆଦିଲ୍ଲୀ ୨୧।୦୪ : (ସଂକେତ ଟିଭି) ଧନୀ ବ୍ୟକ୍ତିଙ୍କର ଜୀବନଶୈଳୀ ନିଆରା । ହାଇ ଫାଇ ଲାଇଫ୍ । ଦାମି କପଡା ଓ ବିଳାଶମୟ ଜୀବନଯାପନ । ସେମାନେ ବୁଲନ୍ତି ଫ୍ଲାଇଟ୍ କିମ୍ବା ପ୍ରାଇଭେଟ୍‌ ଜେଟ୍‌ରେ । ବଡ ବଡ ଘରେ ରୁହନ୍ତି । ଯେଉଁଠି ଥାଏ ସମସ୍ତ ଆତ୍ୟାଧୁନିକା ସୁବିଧା ସୁଯୋଗ । କିନ୍ତୁ ବିଶ୍ୱର ଧନୀ ବ୍ୟକ୍ତି ଟେସଲା ସିଇଓ ଏଲୋନ ମସ୍କଙ୍କର ରହିବା ପାଇଁ ନିଜର ଘର ନାହିଁ । ଆଜି ବି ସାଙ୍ଗଙ୍କ ଘରେ ରହୁଛନ୍ତି ଏଲୋନ ମସ୍କ ।

ଏକ ସାକ୍ଷାତକାରରେ ଏଲୋନ୍ ମସ୍କ ଏସବୁର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ମୋର ବର୍ତ୍ତମାନ ସୁଦ୍ଧା ଏକ ଜାଗାର ମାଲିକାନା ନାହିଁ, ମୁଁ ମୋ ବନ୍ଧୁମାନଙ୍କ ଘରେ ରୁହେ । ଯଦି ମୁଁ କେବେ କେଉଁ ଅଞ୍ଚଳକୁ ଯାତ୍ରା କରେ ତେବେ ସେଠାରେ ଟେସଲାର ଅଧିକାଂଶ ଇଞ୍ଜିନିୟର ଅଛନ୍ତି । ମୁଁ ଭାଗ କରି ସମସ୍ତଙ୍କ ପାଖରେ କିଛି କିଛି ଦିନ ରୁହେ । ମସ୍କ ୩୦୪ ବିଲିୟନ ଡଲାରର ମାଲିକ । କିନ୍ତୁ ତାଙ୍କର ପର୍ସନାଲ୍ ଜେଟ୍ ନାହିଁ । ମସ୍କ ବିମାନରେ ଯାତ୍ରା କରନ୍ତି । କମ୍ ସମୟରେ ଯିବା ଆସିବା ପାଇଁ ସେ ବିମାନରେ ଯାତ୍ରା କରୁଥିବା କହିଛନ୍ତି । ନିକଟରେ ସେ ତାଙ୍କ ପାଖରେ ଥିବା ଘରକୁ ବିକି ଭଡା ଘରେ ରହୁଥିବା ସୂଚନା ମିଳିଥିଲା ।

ସ୍ପେସ୍ ଏକ୍ସରେ ସେ ଭଡା ଘର ନେଇ ରହୁଥିଲେ । ସେ ତାଙ୍କ ନିଜ ଘରକୁ ବିକି ଦେଇଛନ୍ତି । ଏହି ଘରର ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା । ଏହା ଏକ ଫୋଲ୍‌ଡେବଲୁ ଘର । ଏହି ଘରକୁ ଯେଉଁଠି ହେଲେ ଠିଆ କରିହେବ । ମସ୍କ କୋଟି କୋଟି ଟଙ୍କା ନିଜ ଦୈନଦିନ ଜୀବନରେ ଖର୍ଚ୍ଚ କରିବାକୁ ଚାହାନ୍ତିନି । ଯେଉଁଥିାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ବିଲିୟନାରୀଙ୍କ ଏହା ମିଲିୟନ୍ ଡଲାର ଚିନ୍ତାଧାରା । ଯାହା ଅନ୍ୟ ମାନଙ୍କୁ ପ୍ରେରଣା ଦେବାକୁ ଯଥେଷ୍ଟ ।