CulturalFeaturedLatest

ମହାକାଶରୁ ଫେରିଥିବା ମଦର ମୂଲ୍ୟ ୭.୩୨ କୋଟି

ନୂଆଦିଲ୍ଲୀ ୨୨।୦୪ : (ସଂକେତ ଟିଭି) ମହାକାଶରେ ୧୪ ମାସ ବିତାଇବା ପରେ ରେଡ୍ ୱାଇନ୍‌ର ଏକ ବୋତଲ ଏବେ ବିକ୍ରି ଅପେକ୍ଷାରେ । ପୃଥିବୀର ମାଧ୍ୟାକର୍ଷଣଠାରୁ ଦୂରରେ ରଖିବା ପାଇଁ ଏହିୱାଇନ୍ ବୋତଲକୁ ୨୦୧୯ ମସିହା ନଭେମ୍ବର ମାସରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯାଇଥିଲା । ରେଡ୍ ୱାଇନ୍‌ର ମୂଲ୍ୟ ସାଧାରଣତଃ ୬ ହଜାର ଡଲାର ଅର୍ଥାତ୍ ୪.୩୯ ଲକ୍ଷ ଟଙ୍କା ହୋଇଥାଏ । କିନ୍ତୁ ମହାକାଶରୁ ଫେରିବା ପରେ ଏହାକୁ କିଣିବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ଏହି ରେଡ୍ ୱାଇନର ନାଁ ପେଟ୍ରସ୍ ୨୦୦୦ ମର୍ଲୋଟ୍ । ଏହାକୁ ଫ୍ୟାନ୍ସର ବୋର୍ଦୋକ୍ସ ଅଞ୍ଚଳର ଅଙ୍ଗୁରରୁ ପ୍ରସ୍ତୁତ କରାଯାଇଛି ।

ମହାକାଶ ଷ୍ଟେସନରେ ଏହା ୪୩୮ ଦିନ ବିତାଇଛି । ପେଟ୍ରସ୍ ୨୦୦୦ ମର୍ଲୋଟ ଅନେକ ଥର ପୃଥବୀ ପରିକ୍ରମା କରିଛି । ଏହି ସମୟରେ ତାକୁ ମାଇକ୍ରୋଗ୍ରାଭିଟି ଓ କସ୍ମିକ୍ ରେଡିଏସନ୍‌ର ସମ୍ମୁଖୀନ ହେବାକୁ ପଡିଛି । ଚଳିତ ବର୍ଷ ଜାନୁଆରୀ ୧୪ରେ ଏହା ପୃଥିବୀକୁ ଫେରିଛି । ଏହାକୁ ଆଣିବା ପାଇଁ ସ୍ପେସ୍‌ଏକ୍ସ ଡ୍ରାଗନ୍ କ୍ୟାପ୍‌ସୁଲର ସାହାଯ୍ୟ ନିଆଯାଇଥିଲା । ଏହି ୱାଇନ୍ ବୋତଲ ଏବେ କ୍ରିଷ୍ଟିଜ୍‌ନିଲାମ ଘରେ ସ୍ଥାନ ପାଇଛି । ୪.୩୯ ଲକ୍ଷ ଟଙ୍କାର ଏହି ବୋତଲ ପ୍ରାରମ୍ଭିକ ମୂଲ୍ୟ ୭.୩୨ କୋଟି ଟଙ୍କା ରଖାଯାଇଛି ।

କ୍ରିଷ୍ଟିଜ୍ ନିଲାମ ଘରର ୱେବ୍‌ସାଇଟ୍ ମାଧ୍ୟମରେ ଅନ୍‌ଲାଇନ୍ ଏହାର ନିଲାମ ହେବ । ତେବେ ନିଲାମ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ୱାଇନ୍ ଫେରିବା ପରେ ବୈଜ୍ଞାନିକମାନେ ଯେତେବେଳେ ପୃଥିବୀରେ ଥିବା ସମାନ ୱାଇନ୍ ସହ ଏହାକୁ ତୁଳନା କଲେ, ସ୍ୱାଦରେ ଯଥେଷ୍ଟ ଫରକ ଜାଣିବାକୁ ପାଇଲେ । ଏହି ୱାଇନ୍ ବାସ୍ତବରେ ୨୦ ବର୍ଷ ପୁରୁଣା । କିନ୍ତୁ ସ୍ପେସ୍ ଷ୍ଟେସନ୍‌ରୁ ଫେରିବା ପରେ ଏହାର ସ୍ୱାଦ ଆହୁରି ପୁରୁଣା ଲାଗୁଛି । ସେଥିାଇଁ ଏହା ଅଧିକ ମୂଲ୍ୟବାନ ହୋଇଛି । ରେଡ୍ ୱାଇନ୍ ବୋତଲ ଉପରେ ମହାକାଶରେ କି ପ୍ରଭାବ ପଡୁଛି, ବୈଜ୍ଞାନିକମାନେ ତାହା ଜାଣିବାକୁ ଚାହୁଁଛନ୍ତି । ବିସ୍ତୃତ ଅଧ୍ୟୟନ ପାଇଁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ୬ ମହାକାଶ ମିଶନରେ ଏହି ୱାଇନ୍ ଯୁକ୍ତ ଏକାଧିକ ବୋତଲ ମହାକଶକୁ ପଠାଯିବ ।