କୋହଲିଙ୍କୁ ଅଖତାରଙ୍କ ତାତ୍ସଲ୍ୟ, ମୋ ବଲରେ ରନ୍ କରି ପାରିନଥାନ୍ତେ

ନୂଆଦିଲ୍ଲୀ ୨୨।୦୪ : (ସଂକେତ ଟିଭି) ପାକିସ୍ତାନର ପୂର୍ବତନ ବୋଲର ତଥା ରାୱଲପିଣ୍ଡି ଏକ୍ସପ୍ରେସ୍ ସୋଏବ ଅଖତର ବିରାଟ କୋହଲିଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ବୋଲିଂ କରିଥିଲେ ବିରାଟ ଏତେ ରନ୍ କରିପାରି ନଥାନ୍ତେ ବୋଲି ସୋଏବ କହିଛନ୍ତି ।

ଏକ ସାକ୍ଷାତକାରରେ ଅଖତାର କହିଛନ୍ତି ଯେ, କୋହଲି ଜଣେ ଭଲ ମଣିଷ ଓ ଖେଳାଳି ମଧ୍ୟ । ଯଦି କୋହଲି ତାଙ୍କୁ ନେଇ କିଛି କହିଥାନ୍ତେ ତେବେ ଏହା ବିରାଟଙ୍କ ମହାନତା । କିନ୍ତୁ ରନ୍ ମେସିନ୍ ଯଦି ତାଙ୍କ ବୋଲିଂରେ ଖେଳିଥାନ୍ତେ ତେବେ ସେତେଟା ରନ୍ କରିାରିନଥାନ୍ତେ ।

ସୋଏବ ଆହୁରି କହିଛନ୍ତି ଯେ, ବିରାଟ ନିଜ କ୍ୟାରିଅରରେ ଯେତିକି ରନ୍ କରିଛନ୍ତି ତାହା ଏକ ବଡ ରେକର୍ଡ । ଏଥିପାଇଁ ସେ ଅଧିକ ପରିଶ୍ରମ କରିଛନ୍ତି । କିନ୍ତୁ ଯଦି ସେ ବିରାଟଙ୍କୁ ବୋଲିଂ କରୁଥାନ୍ତେ ତେବେ ବିରାଟ ୨୦-୨୫ ଶତକ ହିଁ କରିପାରିଥାନ୍ତେ ।

ସୂଚନାଯୋଗ୍ୟ, ବିରାଟ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ସୋଏବଙ୍କ ସମୟରେ ଖେଳିଥିଲେ ଅଧିକ ମଜା ଆସିଥାନ୍ତା । କାରଣ ସୋଏବଙ୍କ ବୋଲିଂ ବହୁତ ଚ୍ୟାଲେଞ୍ଜିଂ ରହିଥାଏ । ୨୦୧୦ ଏସିଆ କପରେ ଉଭୟ ମୁହାଁମୁହିଁ ହୋଇଥିଲେ । ସେବେ ବିରାଟ ସୋଏବଙ୍କ ବୋଲିଂର ସାମ୍ନା କରିପାରି ନଥିଲେ । ଏବେ ସୋଏବଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ବିରାଟ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ନିକଟରେ ଆଇପିଏଲରେ ବିରାଟ ଗୋଟିଏ ମ୍ୟାଚରେ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଏବେସୁଦ୍ଧା ସେ ୭ଟି ମ୍ୟାଚରୁ ମାତ୍ର ୧୧୯ ରନ୍ କରିାରିଛନ୍ତି ।