ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ମାକୁ ପିଟିପିଟି ମାରିଦେଲା ପୁଅ

ବାରିପଦା ୨୩।୦୪ : (ସଂକେତ ଟିଭି) ମଦ ପିଇବା ପାଇଁ ସାମାନ୍ୟ ମଦ ପାଇଁ ୧୦୦ ଟଙ୍କା ନ ଦେବାରୁ ମାଆକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଟ ପଡିଆ ସାହିରେ । ତେବେ ହତ୍ୟାକାଣ୍ଡ ପରେ ହତ୍ୟାକାରୀ ପୁଅ ସରୋଜ ନାଏକ ଫେରାର ହୋଇଯାଇଛି ।

ସୂଚନା ଅନୁସାରେ, ସରୋଜ ତା ମାଆ ସାଳନ୍ଦି ନାଏକଙ୍କୁ ମଦ ପିଇବା ପାଇଁ ୧୦୦ ଟଙ୍କା ମାଗିଥିଲା । ହେଲେ ନଦେବାରୁ ମାଆକୁ ସେ ଏକ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରିରଖିଛି ।