ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଡେଟିଂ ଚର୍ଚ୍ଚା

ମୁମ୍ବାଇ ୨୨।୦୪ : (ସଂକେତ ଟିଭି)ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲୀ ନନ୍ଦା ପୁଣି ଥରେ ତାଙ୍କର ପ୍ରେମସମ୍ପର୍କକୁ ନେଇ ଲାଇମଲାଇଟକୁ ଆସିଛନ୍ତି । ସୂତ୍ର ଅନୁସାରେ ନବ୍ୟା ‘ଗଲି ବୟ’ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ଡେଟ୍‌ କରୁଛନ୍ତି । ନବ୍ୟା ଫିଲ୍ମ ଦୁନିଆରୁ ଦୂରରେ ଥିଲେ ମଧ୍ୟ ତାଙ୍କୁ ନେଇ ବି-ଟାଉନ ଗଳିରେ ଖୁବ ଚର୍ଚ୍ଚା କରାଯାଏ । ଏବେ ସିଦ୍ଧାନ୍ତ-ନବ୍ୟାଙ୍କ ପ୍ରେମସମ୍ପର୍କର ଖବର କ୍ଷୀପ୍ରଗତିରେ ବ୍ୟାପିବାରେ ଲାଗିଲାଣି ।

ସୂଚନା ଅନୁଯାୟୀ ସୋସିଆଲ ମିଡିଆ ଷ୍ଟାର ନବ୍ୟା ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଚନ୍ଦ୍ର ସହ ପୋଜ୍‌ ଦେଇଥିବା ନଜର ଆସିଥିଲେ । ଏଥିରେ ସିଦ୍ଧାନ୍ତ ଇମୋଜି କମେଣ୍ଟ୍‌ କରିଥିଲେ । ସେପଟେ ଏହାର କିଛି ସମୟ ପରେ ସିଦ୍ଧାନ୍ତ ଇନଷ୍ଟାଗ୍ରାମରେ ଏକ ରିଲ୍‌ କରି କ୍ୟାପସନରେ ଲେଖିଛନ୍ତି, ମୋର ମନ୍‌ ଏବଂ ମୁନ୍‌(ଚନ୍ଦ୍ର) । ଏହି ଦୁଇଟି ପୋଷ୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଦୁହେଁ ପ୍ରେମରେ ମସ୍‌ଗୁଲ୍‌ । କୁହାଯାଉଛି ଯେ ଉଭୟ ଏକତ୍ର ଋଷିକେଶରେ ଛୁଟି କଟାଉଛନ୍ତି ।

ଗତବର୍ଷ ଶେଷରେ ମଧ୍ୟ ସିଦ୍ଧାନ୍ତ ଏବଂ ନବ୍ୟା ଉଭୟ ରିଲେସନସିପ୍‌ରେ ଥିବା ଖବର ଚର୍ଚ୍ଚାକୁ ଆସିଥିଲା । ପୁଣି ଏହି ଚର୍ଚ୍ଚା ଆରମ୍ଭ ହେବା ପରେ ନବ୍ୟା ତାଙ୍କ ଇନଷ୍ଟାଗ୍ରାମରୁ ଏହି ପୋଷ୍ଟକୁ ହଟାଇଦେଇଛନ୍ତି । ତେବେ ଏସମ୍ପର୍କରେ ଆଜିପର୍ଯ୍ୟନ୍ତ କେହି ମୁହଁ ଖୋଲିନାହାନ୍ତି । ବଲିଉଡ୍‌ର ପ୍ରସିଦ୍ଧ ଷ୍ଟାରକିଡ୍‌ଙ୍କ ମଧ୍ୟରେ ନବ୍ୟା ବିବେଚିତ ହେଉଥିବା ବେଳେ ସିଦ୍ଧାନ୍ତ ଜଣେ ସଂଘର୍ଷରତ ଅଭିନେତା । ସିଦ୍ଧାନ୍ତଙ୍କୁ ଶେଷ ଥର ପାଇଁ ଦୀପିକା ପାଦୁକୋନଙ୍କ ସହ ଫିଲ୍ମ ‘ଗେହରାଇୟାଁ’ରେ ନଜର ଆସିଥିଲେ । ଆଗକୁ ତାଙ୍କର ଦୁଇଟି ଫିଲ୍ମ ‘ଖୋ ଗଏ ହମ କହାଁ’ ଏବଂ ‘ଫୋନ ଭୁତ’ ଆସୁଛି ।