ମୂଷା ପାଇଁ ୨ଘଣ୍ଟା ବିଳମ୍ବରେ ଉଡ଼ିଲା ବିମାନ

ନୂଆଦିଲ୍ଲୀ ୨୩।୦୪ : (ସଂକେତ ଟିଭି) ବେଳେବେଳେ ସାମାନ୍ୟ ମୂଷା ପାଇଁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ନିକଟରେ ଏକ ମୂଷା ହେତୁ ଏୟାର ଇଣ୍ଡିଆର ବିମାନ ଉଡାଣରେ ବିଳମ୍ବ ହୋଇଥିବା ଖବର ମିଳିଛି । ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର ଶ୍ରୀନଗର-ଜମ୍ମୁ ବିମାନରେ ଗତ ଗୁରୁବାର ଦିନ ଏକ ମୂଷା ପଶି ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ବିମାନ ଯାତ୍ରା କରିବା ପାଇଁ ନିଶ୍ଚିତ ହୋଇଥିବା ସମୟ ଠାରୁ ଦୁଇ ଘଣ୍ଟା ବିଳମ୍ବରେ ଉଡ଼ିଥିଲା ।

ମୂଷା ହେତୁ ବିମାନ ବିଳମ୍ବରେ ଯାତ୍ରା ଆରମ୍ଭ କରିଥିବା ସୂଚନା ଅଧିକାରୀମାନେ ଦେଇଥିଲେ । ଡିଜିସିଏ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଅଧିକାରୀମାନେ କହିଛନ୍ତି ।ଅଧିକାରୀଙ୍କ କହିବାନୁସାରେ, ଅନେକ ଚେଷ୍ଟା ପରେ ବିମାନରୁ ମୂଷା ବାହାର କରିବା ପରେ ବିମାନ ଶ୍ରୀନଗର ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା । ମୂଷା ଥିବା କାରଣରୁ ବିମାନ ଦୁଇଘଣ୍ଟା ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା । ଯେଉଁଥିପାଇଁ ଯାତ୍ରୀଙ୍କୁ କିଛି ଅସୁବିଧାର ସାମ୍ନା ବି କରିବାକୁ ପଡ଼ିଥିଲା । ଅଧିକାରୀ କହିଛନ୍ତି ଯେ ବିମାନ ନମ୍ବର ଏଆଇ୮୨୨ର ଉଡିବା ସମୟ ଅପରାହ୍ନ ୨.୧୫ରେ ଥିଲା, କିନ୍ତୁ ଏହା ସନ୍ଧ୍ୟା ୪.୧୦ରେ ଉଡିଥିଲା ।