ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦

କଟକ ୨୩।୦୪ : (ସଂକେତ ଟିଭି)ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ଆସନ୍ତା ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ ବୋଲି ଏହି ସୂଚନା ଦେଇଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା । ବିସିସିଆଇ କାର୍ଯ୍ୟସୂଚୀ ଅନୁଯାୟୀ ଜୁନ ୧୨ ତାରିଖ ଦିନ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେଣୁ ଓଡିଶା କ୍ରିକେଟ ପ୍ରେମୀ ମାନେ ବହୁ ଦିନ ପରେ ବାରବାଟୀରେ ପୁଣି ଏକ ଅନ୍ତର୍ଜାତୀୟ ମ୍ୟାଚ ଉପଭୋଗ କରିବା ସୁଯୋଗ ପାଇବେ ।

ଗତ ଫେବୃୟାରୀ ମାସରେ ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହିତ ଏହି ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଗତ ଫେବୃୟାରୀ ମାସରେ ଭାରତ-ୱେଷ୍ଟଇଣ୍ଡିଜ ଟି- ୨୦ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାର ଥିଲା । ମାତ୍ର କରୋନା ପ୍ରଭାବ ଯୋଗୁଁ ଏହା କୋଲକାତାକୁ ସ୍ଥାନାନ୍ତରୀତ ହୋଇ ଯାଇଥିଲା । ମାତ୍ର ବାରବାଟୀକୁ ପୁଣି ଅନ୍ତର୍ଜାତୀୟ ମ୍ୟାଚ ଫେରି ଥିବାରୁ ସମସ୍ତ କ୍ରିକେଙ ପ୍ରେମୀଙ୍କ ମନରେ ଏହା ଖୁସି ଆଣି ପାରିଛି ।