କେଜିଏଫ ୨ ବନାଇଲା ରେକର୍ଡ, ୧୧ ଦିନରେ ଆୟ କଲା ୩୦୦ କୋଟି

ମୁମ୍ବାଇ: (ସଂକେତ ଟିଭି)ସାଉଥ ଇଣ୍ଡିଆନ ଆକ୍ଟର ୟଶଙ୍କ ଫିଲ୍ମ କେଜିଏଫ ୨ର ବମ୍ପର ଆୟ ଜାରି ରହିଛି । ପ୍ରତ୍ୟେକ ଦିନ ଫିଲ୍ମଟି ନୂତନ ରେକର୍ଡ କରି ଚାଲିଛି । କେଜିଏଫ ୨ ଦ୍ବିତୀୟ ସପ୍ତାହରେ ସପ୍ତାହରେ ୩୦୦ କୋଟି ଆୟ କରି ସାରିଛି । ହିନ୍ଦୀ ଭାଷାଭାଷି ଅଞ୍ଚଳରେ ଫିଲ୍ମ ବକ୍ସ ଅଫିସରେ ଏତେ ଆୟ କରିବ ବୋଲି କେହି ଭାବିନଥିଲେ ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ଆୟ ଉପରେ ତଥ୍ୟ ରଖିଛନ୍ତି ଯେ, କେଜିଏଫ-୨ ପ୍ରଥମ ସପ୍ତାହରେ ରେକର୍ଡ ଆୟ କରିଥିଲା । କେଜିଏଫ ୨ କରୋନା ମହାମାରୀ ପରେ ଏଗାର ଦିନରେ ସବୁଠୁ ଅଧିକ ଆୟକାରୀ ଫିଲ୍ମ ହୋଇ ପାରିଛି । ପ୍ରଥମ ଦିନ ଗୁରୁବାର ଫିଲ୍ମଟି ୫୩.୯୫ କୋଟି ଟଙ୍କା ସହ ଧମାକାଦାର ଆରମ୍ଭ କରିଥିଲା । ଏହା ପରଠୁ ଫିଲ୍ମର ଆୟର ଗ୍ରାଫ କମି ନାହିଁ । ଶୁକ୍ରବାର ଫିଲ୍ମ ୪୬.୭୯ କୋଟି, ଶନିବାର ୪୨.୯୦ କୋଟି, ରବିବାର ୫୦.୩୫ କୋଟି, ସୋମବାର, ୨୪.୫୭ କୋଟି, ମଙ୍ଗଳବାର ୧୯.୧୪ କୋଟି, ବୁଧବାର ୧୬.୩୫ କୋଟି, ଗୁରୁବାର ୧୩.୫୮ କୋଟି ଟଙ୍କା ଆୟ କରିଛି । ପ୍ରଥମ ସପ୍ତାହରେ ଫିଲ୍ମର ଆୟ ୨୫୦ କୋଟି ଅତିକ୍ରମ କରି ୨୬୮.୬୩ କୋଟିରେ ପହଞ୍ଚି ସାରିଥିଲା ।

ୟଶଙ୍କ ଫିଲ୍ମ କେଜିଏଫ ୨ ହିନ୍ଦୀ ଭର୍ସନରେ ଅନେକ ରେକର୍ଡ କରି ସାରିଛି । ୧୧ ଦିନରେ ଏହି ଫିଲ୍ମ ୩୦୦ କୋଟି କ୍ଲବରେ ପ୍ରବେଶ କରିଛି ।