୨ ବର୍ଷ ପରେ ସିଦ୍ଧାର୍ଥ ଏବଂ କିଆରାଙ୍କ ବ୍ରେକ୍‌ଅପ

ମୁମ୍ବାଇ : (ସଂକେତ ଟିଭି) ଫିଲ୍ମ ‘ଶେରଶାହା’ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀଙ୍କ ଯୋଡ଼ିକୁ ଦର୍ଶକଙ୍କଠାରୁ ଖୁବ ଭଲ ପାଇବା ମିଳିଥିଲା । ସେହିପରି ଉଭୟ ଷ୍ଟାରଙ୍କ ଅଫ୍‌ ସ୍କ୍ରିନ ଯୋଡ଼ିକୁ ମଧ୍ୟ ପ୍ରଶଂସକମାନେ ଖୁବ ପସନ୍ଦ କରୁଥିଲେ । ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ଖବର ମଧ୍ୟ ଗତ କିଛି ବର୍ଷ ଧରି ଚର୍ଚ୍ଚାରେ ଥିଲା । ରଣବୀର-ଆଲିୟାଙ୍କ ବିବାହ ପରେ ଏହି ଯୋଡ଼ି ମଧ୍ୟ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଥିଲା ।

ହେଲେ ଏବେ ଏହାର ବିପରୀତ ଖବର ସାମ୍ନାକୁ ଆସିଛି । ଅର୍ଥାତ ସିଦ୍ଧାର୍ଥ ଏବଂ କିଆରାଙ୍କ ବ୍ରେକଅପ୍‌ ହୋଇଛି । ତେବେ ପୂର୍ବରୁ ମଧ୍ୟ ଉଭୟ ମିଡିଆ ସାମ୍ନାରେ କେବେ ବି ତାଙ୍କ ସମ୍ପର୍କକୁ ନେଇ ଆଲୋଚନା କରିନଥିଲେ, କେବଳ ଯାହା ଅନୁମାନ ଲଗାଯାଉଥିଲା ଯେ ଉଭୟ ରିଲସେନସିପ୍‌ରେ ଅଛନ୍ତି । ଏବେର ସୂଚନା ଅନୁଯାୟୀ ଉଭୟ ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।

ଏପରିକି ଦୀର୍ଘ ଦୁଇ ବର୍ଷର ପ୍ରେମ ସମ୍ପର୍କକୁ ସିଦ୍ଧାର୍ଥ-କିଆରା ଛିନ୍ନ କରିଛନ୍ତି । ଏହି ପ୍ରେମଯୋଡ଼ିଙ୍କୁ ବହୁସ୍ଥାନରେ ତଥା ପାର୍ଟି, ପୁରସ୍କାର ସମାରୋହ ଏବଂ ଛୁଟି କଟାଉଥିବାର ଏକାଠି ସ୍ପଟ୍‌ କରାଯାଉଥିଲା । କିନ୍ତୁ ଏବେ ସେସବୁରେ ଲାଗିଛି ବିରାମ ।