CulturalFeaturedLatest

ମନ୍ଦିରକୁ ଲକ୍ଷେ ଟଙ୍କା ଦାନ ଦେଲେ ୮୦ ବର୍ଷିୟ ଭିକାରୀ

ବେଙ୍ଗାଲୁରୁ : (ସଂକେତ ଟିଭି) ୮୦ ବର୍ଷିୟ ଜଣେ ବୃଦ୍ଧା ଭିକାରୀ ପୋଲାଇ ମାଙ୍ଗାଲୁରୁର ରାଜରାଜେଶ୍ୱରୀ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । କେହି ଭୋକିଲା ନରହୁ ଏଭଳି କାମନା କରି ସେ ତାଙ୍କ ପାଖରେ ଗଚ୍ଛିତ ଥିବା ଟଙ୍କାକୁ ଦାନ ଦେଇଥିବା କହିଛନ୍ତି । ଦକ୍ଷୀଣ କତ୍ତଡ ଓ ଉଡୁପୀ ଜିଲ୍ଲାରେ ଥିବା ମନ୍ଦିର ଆଗରେ ବସି ଭକ୍ତମାନଙ୍କ ଠାରୁ ପାଇଥିବା ଭିକ୍ଷାକୁ ଏକାଠି କରି ସେ ଦାନ ଦେଇଛନ୍ତି । ପୂର୍ବରୁ ସେ ବିଭିନ୍ନ ମନ୍ଦିରକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଦାନ ଦେଇଥିବା ମଧ୍ୟ ଜଣାପଡ଼ିଛି ।

କର୍ଣ୍ଣାଟକର ଉଡୁପୀ ଜିଲ୍ଲା କୁଣ୍ଡାପୁର ତାଲୁକର କାଞ୍ଚାଗୋଡୁ ଗ୍ରାମର ଏହି ବୟସ୍କ ଅଶ୍ୱଥମ୍ମା ତାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ଗତ ୧୮ ବର୍ଷ ଧରି ବିଭିନ୍ନ ମନ୍ଦିର ନିକଟରେ ଭିକ୍ଷା ମାଗୁଥିଲେ । ଯେତେବେଳେ ତାଙ୍କ ପିଲାମାନେ ମରିଗଲେ ସେତେବେଳେ ବୃଦ୍ଧା ଅନ୍ୟ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତାଙ୍କ ରୋଜଗାରର ଉତ୍ସ ନ ଥିବାରୁ ଭିକ ମାଗିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଭିକ୍ଷା ଅର୍ଥର ଅଳ୍ପ ଅଂଶ ବ୍ୟବହାର କରିଥିଲେ । ଅତିରିକ୍ତ ଟଙ୍କା ଏକ ବ୍ୟାଙ୍କରେ ଜମା କରିଥିଲେ । ଯାହାକୁ ସେ ମନ୍ଦିରକୁ ଦାନ ଦେଇଛନ୍ତି ।

ସୂଚନା ମୁତାବକ, ମହିଳା ଜଣକ ପୋଲାଲି ମନ୍ଦିର ସମ୍ମୁଖରେ ହେଉଥିବା ବାର୍ଷିକ ଯାତ୍ରା ମହୋତ୍ସବ ସମୟରେ ପ୍ରାୟ ଏକ ମାସ ଭିକ ମାଗିଥିଲେ । ଯେଉଁଥିରୁ ତାଙ୍କୁ ପ୍ରାୟ ଲକ୍ଷେ ଟଙ୍କା ମିଳିଥିଲା । ଏହି ଟଙ୍କାକୁ ଶୁକ୍ରବାର ସେ ମନ୍ଦିରକୁ ସାମୁହିକ ଭୋଜନ କାର୍ଯ୍ୟକ୍ରମ ନିମନ୍ତେ ଦାନ କରିଛନ୍ତି । ଏହା ତାଙ୍କ ନିମନ୍ତେ ପ୍ରଥମ ନୁହେଁ । ଗତ ୧୮ ବର୍ଷ ଭିତରେ ସେ ସ୍ଥାନୀୟ ବିଭିନ ମନ୍ଦିରକୁ ପ୍ରାୟ ୬ ଲକ୍ଷ ଟଙ୍କା ଦାନ ଦେଇଛନ୍ତି । ଯେତେବେଳେ ତାଙ୍କ ରୋଜଗାର ବଢ଼ିଲା ସେ ତାହାକୁ ଠାକୁରଙ୍କ ଫେରାଇ ଦେବାକୁ ନିଷ୍ପତ୍ତି ନେଇ ଏଭଳି କରି ଆସୁଛନ୍ତି ।

ଏ ପର୍ଯ୍ୟନ୍ତ ସେ ଶାବରିମାଲାର ବିଭିନ୍ନ ସ୍ଥାନରେ ଲକ୍ଷେରୁ ଅଧିକ ଭକ୍ତଙ୍କୁ ଅତ୍ତଦାନ କରିଛନ୍ତି । ଏଠାର ଶ୍ରୀ ଆୟାପ୍ପା ମନ୍ଦିର ସମେତ ପୋଲଲି, ସାଲିଗ୍ରାମା ଓ ଅନ୍ୟାନ୍ୟ ସ୍ଥାନରେ ଥିବା ବିଭିନ୍ନ ମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହାଛଡା ସେ କତ୍ତଡ ଜିଲ୍ଲାର ଉଡୁପି ଓ ଡାକସିନାର ବିଭିନ୍ନ ଅନାଥ ଆଶ୍ରମକୁ ମଧ୍ୟ ଟଙ୍କା ଦାନ ଦେଇଛନ୍ତି । ରାଜରାଜେଶ୍ୱରୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଏହି ବୟସ୍କା ମହିଳା ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କ ମାଧ୍ୟମରେ ଏହି ଟଙ୍କା ଦାନ ଦେବାକୁ ଚାହୁଁଥିବା ଜଣାଇଥିଲେ । ତେବେ ତାଙ୍କର ଏହା ଉଦାର ମାନସୀକତା ଯେ ଧନ ସଂଗ୍ରହ ନିମନ୍ତେ ନୁହେଁ ବରଂ ଭଲ କାମରେ ବିନିଯେ ନିମନ୍ତେ ଭିକ୍ଷା ମାଗୁଛନ୍ତି ।