ଆମେରିକାକୁ ବର୍ବାଦ କରୁଛନ୍ତି ଜୋ ବାଇଡେନ: ଡୋନାଲ୍ଡ ଟ୍ରମ୍ପ

ଓ୍ବାସିଂଟନ : (ସଂକେତ ଟିଭି) ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଇଡେନ୍‌ର ପ୍ରଶାସନ ଆମେରିକାକୁ ଧ୍ୱଂଶ କରୁଛି ବୋଲି ଟ୍ରମ୍ପ କହିଛନ୍ତି । ଓହିୟୋରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି ଟ୍ରମ୍ପ ।

ସେ କହିଛନ୍ତି ଏହା ସତ ଯେ ନିର୍ବାଚନରେ ଜାଲିୟାତୀ ଓ ଚୋରୀ ହୋଇଥିଲା । ଏବେ ଆମ ଦେଶକୁ ବର୍ବାଦ କରାଯାଉଛି । ଆମ ଦେଶ ବର୍ବାଦ ହେଉଛି । ଆମ ଦେଶ ନର୍କକୁ ଯାଉଛି । ପୂର୍ବରୁ ମୁଁ କେବେ ଏମିତି ଦେଖି ନାହିଁ । ଆମେରିକାରେ ବଢୁଥିବା ପେଟ୍ରୋଲ ଦର ଯୋଗୁ ବାଇଡେନ୍‌ଙ୍କୁ ଦୋଷାରୋପ କରିଛନ୍ତି ଟ୍ରମ୍ପ । ଋଷ ରାଷ୍ଟ୍ରପତି ପରମାଣୁ ଅସ୍ତ୍ର ବ୍ୟବହାର କରି ଦୁନିଆକୁ ନଷ୍ଟ କରିବା କଥା କହୁଥିବା ବେଳେ ବାଇଡେନ୍‌ ଏସବୁ କରୁଛନ୍ତି । ଆମେରିକାର ରେକର୍ଡ ମୁଦ୍ରାସ୍ଫିତି ଓ ପେଟ୍ରୋଲର ଦର ବୃଦ୍ଧି ପାଇଁ ବର୍ତ୍ତମାନ ସରକାର ହିଁ ଦାୟୀ ହୋଲି ଟ୍ରମ୍ପ କହିଛନ୍ତି ।

କିଛିଦିନ ତଳେ ଟ୍ରମ୍ପ ପୁଣିଥରେ ନିର୍ବାଚନ ଲଢ଼ିପାରନ୍ତି ବୋଲି କହିଥିଲେ । ହେଲେ ଏନେଇ କୌଣସି ଆଧିକରିକ ସ୍ଥରରେ ଘୋଷଣା ହୋଇ ନାହିଁ । ତେବେ ଉତ୍ତର କରୋଲୀନରେ ରାଲିକୁ ସମ୍ବୋଧନ କରି ସେ କହିଥିଲେ ସତକଥା ହେଲା ମୁଁ ଦୁଇଥର ଦଉଡ଼ିଛି । ମୁଁ ଦୁଇଥର ଜିତିଛି । ହେଲେ ପ୍ରଥମ ଥର ତୁଳନାରେ ଦ୍ୱିତୀୟ ଥର ବହୁତ ଭଲ ପ୍ରଦର୍ଶନ କରିଥିଲି । ଏବେ ଆମକୁ ପୁଣିଥରେ ଏଭଳି କାମ କରିବାର ଅଛି । କଣ ଆପଣମାନେ ମୋତେ ପୁଣିଥରେ ଦୌଡ଼ୁଥିବ ପଡ଼ୁଥିବାର ଦେଖିବାକୁ ଚାହିଁବେ?