ଭଉଣୀର ପ୍ରେମିକକୁ ଛୁରୀମାରି ହତ୍ୟା କଲା ନାବାଳକ ଭାଇ

ରାୟପୁର : (ସଂକେତ ଟିଭି) ଛତିଶଗଡର କବର୍ଧା ଜିଲ୍ଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଭଉଣୀର ପ୍ରେମୀକକୁ ନାବାଳକ ଭାଇ ଛୁରୀରେ ହତ୍ୟା କରିବା ପରେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ ଦେଇଛି ।

ସୂଚନା ମୁତାବକ କବର୍ଧାର ଭୋଜଲି ପୋଖରୀରେ ଜଣେ ଯୁବକଙ୍କର ଅଧାପୋଡା ମୃତଦେହ ମିଳିଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । କିଛି ଘଣ୍ଟା ମଧ୍ୟରେ ପୋଲିସ ଏହି ଘଟଣାର ଖୁଲାସା କରିଥିଲା । ହତ୍ୟା ଅଭିଯୋଗରେ ପୋଲିସ ମୃତ ପ୍ରେମିକାଙ୍କ ଭାଇକୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଅଭିଯୁକ୍‌ତଙ୍କ ନିକଟରୁ ପୋଲିସ ଜବତ କରିଛି । ଏଥିସହ ମୃତକଙ୍କ ବାଇକ ଏବଂ ସୁନା ମୁଦି ମଧ୍ୟ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର କରାଯାଇଛି ।

ଏନେଇ ପୋଲିସ କହିଛି ଯେ, ଘଟଣାର ଗମ୍ଭୀରତାକୁ ବିଚାର କରି ତୁରନ୍ତ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଥିଲା । ଅନୁସନ୍ଧାନ ବେଳେ ମୃତକଙ୍କ ଅନୈତିକ ସମ୍ପର୍କ ସମ୍ପର୍କରେ ପୋଲିସ ସୂଚନା ପାଇଥିଲା ।