ଅଧିକ ଶୃଙ୍ଖଳିତ ହୋଇଛନ୍ତି ହାର୍ଦିକ ପାଣ୍ଡ୍ୟା : ଗାଭାସ୍କର

ନୂଆଦିଲ୍ଲୀ : (ସଂକେତ ଟିଭି) ଆଇପିଏଲ୍‌ରେ ଅଧିନାୟକତ୍ୱ କରିବା ପରଠାରୁ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ଗୁଜରାଟ ଟାଇଟନ୍ସ ଭଲ ଖେଳିଆସୁଛି । ବ୍ୟକ୍ତିଗତ ଭାବେ ମଧ୍ୟ ହାର୍ଦିକ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି । ଏହି କାରଣରୁ ବ୍ୟାଟିଂ କିମ୍ବଦନ୍ତି ସୁନିଲ ଗାଭାସ୍କର କହିଛନ୍ତି ହାର୍ଦିକଙ୍କ ପାଖରେ ଏବେ ବିଚାରବନ୍ତ ଟୋପି ରହିଛି ।

ହାର୍ଦିକ ଶୃଙ୍ଖଳିତ ଭାବେ ବ୍ୟାଟିଂ କରୁଛନ୍ତି ଏବଂ ପଡ଼ିଆ କଟକଣାରୁ ସମ୍ପୂର୍ଣ୍ଣ ଫାଇଦା ଉଠାଉଛନ୍ତି । ଅନେକ ଥର ଦାୟିତ୍ବପୂର୍ଣ୍ଣ ପାଳି ଖେଳି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି । ଆହତ କାରଣରୁ ଆଇପିଏଲ୍ ପୂର୍ବରୁ ସେ ଯଥେଷ୍ଟ କ୍ରିକେଟ୍ ଖେଳିନଥିଲେ । ସେହି ଦୃଷ୍ଟିରୁ ଅଧିନାୟକତ୍ୱ କରିବା ପରଠାରୁ ତାଙ୍କ ପାଖରେ ବିଚାର କରିବାର ଦାୟିତ୍ୱ ବଢ଼ିଯାଇଛି । ପଡ଼ିଆ ଭିତରେ ସେ ଭଲ ଖେଳୁଛନ୍ତି ।

ଅନ୍ୟତମ ପୂର୍ବତନ ଭାରତୀୟ କ୍ରିକେଟର୍ସ ଆକାଶ ଚୋପ୍ରା ମଧ୍ୟ ହାର୍ଦିକଙ୍କ ପ୍ରଶଂସା କରିଛନ୍ତି । ହାର୍ଦିକ ଏବେ ମହେନ୍ଦ୍ର ସିଂହ ଧୋନିଙ୍କୁ ତାଙ୍କ ମାର୍ଗଦର୍ଶକ ଭାବେ ଦେଖି ଖେଳୁଛନ୍ତି । ମାହିଙ୍କର ସେ ମଧ୍ୟ ଅତି ନିକଟତର । ତାଙ୍କଠାରୁ ସେ ନିଶ୍ଚିତ ଅନେକ କିଛି ଶିଖିଛନ୍ତି । ମହାନ ଖେଳାଳିଙ୍କ ସଂସ୍ପର୍ଶରେ ଆସିଲେ ଆପଣଙ୍କ ଜୀବନ ଶାଣିତ ହୋଇଯାଇଥାଏ ବୋଲି ଚୋପ୍ରା କହିଥିଲେ ।

ପୂର୍ବତନ ଦ୍ରୁତ ବୋଲର ଇର୍ଫାନ୍‌ ପଠାନ କହିଛନ୍ତି, ‘ଆମେ ଏବେ ନୂଆ ହାର୍ଦିକଙ୍କୁ ଦେଖୁଛୁ । ୪ ନମ୍ବର ସ୍ଥାନରେ ଏବେ ସେ ଦାୟିତ୍ୱର ସହ ଖେଳୁଛନ୍ତି ।