ଗାଡିର ଆର୍‌ସି ଟ୍ରାନ୍ସଫର୍ କରିବା ହେଲା ସହଜ

ନୂଆଦିଲ୍ଲୀ : (ସଂକେତ ଟିଭି) ବଜାରରେ ପ୍ରତ୍ୟେକ ଦିନ ପୁରୁଣା କାର୍ କିଣାବିକା ହୋଇଥାଏ । ଏଗୁଡିକର ଆରସି ଟ୍ରାନ୍ସଫର କରାଇବା ବହୁତ ସମୟ ଲାଗିଥାଏ । ଯେପର୍ଯ୍ୟନ୍ତ ଗାଡିର ଓନରସିପ୍ ନିଜ ନାଁରେ ଟ୍ରାନ୍ସଫର କରାଇନଥିବେ ସେ ପର୍ଯ୍ୟନ୍ତ ସେହି ଗାଡିର ମାଲିକ ବୋଲି କହିପାରିବେ ନାହିଁ ।

ଯଦି ପୁରୁଣା ଗାଡି କିଣୁଛନ୍ତି ବା ବିକ୍ରି କରୁଛନ୍ତି ତାର ରେଜିଷ୍ଟ୍ରେସନ ଟ୍ରାନ୍ସଫର କରାଇବା ବାଧ୍ୟତାମୂଳକ । ଆରସି ଟ୍ରାନ୍ସଫର କରାଇବା ପାଇଁ ଅନେକ ଥର ଆରଟିଓ ଅଫିସ ଦୌଡିବାକୁ ପଡିଥାଏ । ୧୪ ଦିନ ଭିତରେ ଆରସି ଟ୍ରାନ୍ସଫର କରାଇବା ଜରୁରି । କୌଣସି ବି ଗାଡି କିଣିଲେ ବା ବିକ୍ରି କଲେ ୧୪ ଦିନ ଭିତରେ ଆରସି ଟ୍ରାନ୍ସଫର କରାଇବା ଜରୁରି ହୋଇଥାଏ । ଏଥିପାଇଁ ଆରଟିଓରେ ଆବେଦନ କରିବାକୁ ପଡିଥାଏ । ଏଥିରେ କିଛି କାଗଜପତ୍ରର ଆବଶ୍ୟକ ପଡିଥାଏ । ଏଥିରେ ଆରସିର ଓରିଜିନାଲ୍ କପି ହେବା ଆବଶ୍ୟକ । ଏହା ବ୍ୟତୀତ ଫର୍ମ ୨୯ ଭରିବାକୁ ହୋଇଥାଏ । ଏଥିରେ କିଣୁଥିବା ବ୍ୟକ୍ତିଙ୍କୁ ପାସପୋର୍ଟ ସାଇଜ୍‌ ଫଟୋ ଏବଂ କ୍ରେତାଙ୍କ ସାଇନ୍ ଜରୁରି ହୋଇଥାଏ । ଏହି ଫର୍ମ ଆରଟିଓର ୱେବସାଇଟରେ ସହଜରେ ମିଳିଯିବ । ଏହାକୁ ଡାଉନଲୋଡ୍ କରି ଆରଟିଓରେ ଜମା କରିାରିବେ । ଏହା ପରେ ୩୦ ଦିନ ଭିତରେ ଆରସି ଟ୍ରାନ୍ସଫର ହୋଇ ନୂଆ ଠିକଣାକୁ ପଠାଯିବ ।