ଆଉ ୧୬ ୟୁଟ୍ୟୁବ ଚ୍ୟାନେଲ ବ୍ଲକ୍ ହେଲା

ନୂଆଦିଲ୍ଲୀ : (ସଂକେତ ଟିଭି) ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀ, ୨୦୨୧ ଅଧୀନରେ ପ୍ରାପ୍ତ ଜରୁରିକାଳୀନ କ୍ଷମତାର ଉପଯୋଗ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶ ଜରିଆରେ ୧୬ଟି ୟୁଟ୍ୟୁବ୍ ସମାଚାର ଚ୍ୟାନେଲ ଏବଂ ଗୋଟିଏ ଫେସବୁକ ଆକାଉଣ୍ଟକୁ ବନ୍ଦ କରାଯାଇଛି । ବନ୍ଦ ହୋଇଥିବା ସାମାଜିକ ଗଣମାଧ୍ୟମ ଚ୍ୟାନେଲରେ ଛଅଟି ପାକିସ୍ତାନୀ ଏବଂ ୧୦ଟି ଭାରତୀୟ ୟୁଟ୍ୟୁବ ସମାଚାର ଚ୍ୟାନେଲ ସାମିଲ ରହିଛି ।

ଏସବୁ ଚ୍ୟାନେଲକୁ ଆନୁମାନିକ ୬୮ କୋଟି ଦର୍ଶକ ଦେଖିଥିବା ଜଣାପଡ଼ିଛି । ଏସବୁ ଚ୍ୟାନେଲ ମାଧ୍ୟମରେ ଭାରତର ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ, ସାମ୍ପ୍ରଦାୟିକ ସଦଭାବ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ମିଥ୍ୟା ଖବର ପ୍ରସାରଣ କରାଯାଉଥିବାର ପ୍ରମାଣ ରହିଛି । ଆଇଟି ନିୟମାବଳୀ, ୨୦୨୧ର ନିୟମ ୧୮ ଅନୁଯାୟୀ ଏଥିମଧ୍ୟରୁ କୌଣସି ଗୋଟିଏ ଡିଜିଟାଲ ସମାଚାର ପ୍ରକାଶକମାନେ ମନ୍ତ୍ରଣାଳୟ ନିକଟରେ କୌଣସି ସୂଚନା ଦାଖଲ କରିନଥିଲେ ।