ମେ ୨ ପର୍ଯ୍ୟନ୍ତ କଲେଜ-ବିଶ୍ୱବିଦ୍ୟାଳୟ ଛୁଟି

ଭୁବନେଶ୍ବର : (ସଂକେତ ଟିଭି) ରାଜ୍ୟରେ ଅସହ୍ୟ ଗ୍ରୀଷ୍ମର ପ୍ରଭାବକୁ ଦୃଷ୍ଟିରେ ରଖି କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଠାରୁ ମେ ୨ ତାରିଖ ପର୍ଯ୍ୟନ୍ତ ମହାବିଦ୍ୟାଳୟ ଓ ୟୁନିଭର୍ସିଟି କ୍ଳାସ ରୁମ ପାଠପଢ଼ା ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ରଖି କାଲିଠାରୁ ୟୁଜି ଏବଂ ପିଜି କ୍ଲାସ ବନ୍ଦ କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ପରୀକ୍ଷା, ରିସର୍ଚ୍ଚ ଆଦି ଚାଲୁ ରହିବ। ସେହିପରି ପରୀକ୍ଷା ଖାତା ମୂଲ୍ୟାୟନ ଓ ପ୍ରଶାସନିକ କାର୍ଯ୍ୟ ପୂର୍ବପରି ଜାରି ରହିବ ।

ସେପଟେ ଆଜିଠାରୁ ରାଜ୍ୟରେ ୫ ଦିନ ପାଇଁ ସ୍କୁଲ ଛୁଟି ହୋଇଛି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୩୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।