ବାଲେଶ୍ବରରେ ଦିନକୁ ୪ ରୁ ୫ ଘଣ୍ଟା ବିଦ୍ୟୁତ୍ କାଟ୍‌

ବାଲେଶ୍ବର : (ସଂକେତ ଟିଭି)୪୦ ଡିଗ୍ରୀ ତାପମାତ୍ରାରେ ବିଦ୍ୟୁତ୍ କାଟ୍ ଲୋକଙ୍କ ଅଣନିଶ୍ୱାସୀ କରିପକାଇଛି । ଦିନକୁ ୪ ରୁ ୫ ଘଂଟା ବିଦ୍ୟୁତ୍ କଟାଯାଉଥିବାରୁ ଘରେ ରହି ବି ସିଜୁଛନ୍ତି ଲୋକେ । ଖରା ଦିନରେ ଏଭଳି ବିଦ୍ୟୁତ୍ କାଟ୍ ବୋଝ ଉପରେ ନଳିତା ବିଡା ସାଜିଛି । ଆଉ ଯେତେବେଳେ ବି ବିଦ୍ୟୁତ୍ ଆସୁଛି ଲୋ ଭୋଲଟେଜ୍ । ବାଲେଶ୍ବର ସହର ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ଗତ କିଛି ଦିନ ହେବ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ।

ଗୋଟିଏ ପଟେ ଗ୍ରୀଷ୍ମପ୍ରବାହ ପ୍ରଭାବ ହେଉଥିବା ବେଳେ ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ୍ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଉଛି । ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଲୁନାହିଁ । ବିଦ୍ୟୁତ ବିଲ୍‌ ସଂଗ୍ରଣରେ ବାରମ୍ବାର ଉପଭୋକ୍ତାଙ୍କୁ ଭୟଭିତ କରି ବିଲ୍ ଆଦାୟ କରୁଥିବା ଟାଟା ପାୱାର ଲୋକଙ୍କୁ ବିଦ୍ୟୁତ ଯୋଗାଇ ଦେବାରେ ଫେଲ୍ ମାରିଛି କମ୍ପାନୀ । ପୁର୍ବରୁ କୌଣସି ସୂଚନା ନ ଦେଇ ବିଦ୍ୟୁତ୍ କଟାଯାଉଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢିବାରେ ଲାଗିଛି । ଅଘୋଷିତ ବିଦ୍ୟୁତ କାଟ୍‌ ଯୋଗୁଁ ଲୋକେ ନାଁ ଘରେ ରହିପାରୁଛନ୍ତି ନାଁ ବାହରକୁ ଯାଇପାରୁଛନ୍ତି । ଘରୁ ବାହାରିବା ମୁସକିଲ ହେଉଥିବା ବେଳେ ବାହାର ଝାଞ୍ଜି ପବନ ଲୋକଙ୍କୁ ଦୁଇଗୁଣ ଦୁଃଖ ଦେଉଛି ।