ଗୋଟିଏ ଏସଏମ୍ଏସ ପଠାଇ ସଲମନଙ୍କ ସହ ବ୍ରେକ୍ ଅଫ୍ କରିଥିଲେ କେଟ୍ରିନା

ମୁମ୍ବାଇ : (ସଂକେତ ଟିଭି) କ୍ୟାଟ୍ରିନା କୈଫ ଓ ସଲମାନ ଖାନ ପରସ୍ପରକୁ ଭଲ ପାଉଥିଲେ । ଉଭୟଙ୍କ ସଂପର୍କ ପ୍ରାୟ ଛଅ ବର୍ଷ ଧରି ରହିଥିଲା । ହେଲେ ଅଚାନକ ତାଙ୍କର ବ୍ରେକ୍ ଅଫ୍ ହୋଇଥିଲା । ତେବେ ଉଭୟଙ୍କ ପ୍ରେମ ସଂପର୍କରେ ପୂର୍ଣ୍ଣଛେଦ କେମିତି ପଡିଲା ତାହା ସମସ୍ତେ ଜାଣିବାକୁ ଉଚ୍ଛୁକ ।

ତେବେ କେବଳ ଗୋଟିଏ ଏସଏମଏସ୍ ପାଇଁ କ୍ୟାଟ୍ରିନା ଏବଂ ସଲମାନଙ୍କ ବ୍ରେକଅପ୍ ହୋଇଛି। କ୍ୟାଟ୍ରିନା ତାଙ୍କ ଚଳଚ୍ଚିତ୍ର ‘ଅଜବ ପ୍ରେମ କି ଗଜବ କାହାନୀ’ ପାଇଁ ସୁଟିଂ କରୁଥିଲେ। ସେହି ସୁଟିଂ ସମୟରେ ରଣବୀରଙ୍କ ସହ କ୍ୟାଟ୍ରିନା ବନ୍ଧୁତା ନିବିଡ ହୋଇଥିଲା । ଏହା ପରେ କେଟ୍ରିନା ସଲମାନଙ୍କ ସହ ସମ୍ପର୍କ ଭାଙ୍ଗିବା ପାଇଁ ସ୍ଥିର କରିଥିଲେ।

କେଟ୍ରିନା ଉଟିରୁ ମୁମ୍ବାଇକୁ ଫେରିବା ପୂର୍ବରୁ ଏସଏମଏସ ମାଧ୍ୟମରେ ସଲମାନଙ୍କ ସହ ସମ୍ପର୍କ ଭାଙ୍ଗିଥିଲେ । ଏସଏମଏସରେ ସେ ଲେଖିଥିଲେ ଯେ ମୋ ପକ୍ଷରୁ ଆଜିଠାରୁ ସବୁ ଶେଷ ହୋଇଛି, ହେଲେ ଆମେ ଭଲ ବନ୍ଧୁ ହୋଇ ରହିପାରିବା।

କେଟ୍ରିନା ସଲମନଙ୍କ ଉପରେ ଖୁସି ନଥିଲେ । ଏଥିଯୋଗୁଁ ତାଙ୍କର ରଣବୀରଙ୍କ ସହିତ ସଂପର୍କ ସ୍ଥାପନ ହେବା ପରେ ସେ ସଲମନଙ୍କ ସହିତ ସମ୍ପର୍କ ଭାଙ୍ଗିବା ପାଇଁ ଠିକ୍ କରିଥିଲେ ।