ମନ୍ତ୍ରୀ ଓ ଅଫିସର ସାର୍ବଜନୀନ କରିବେ ନିଜ ସଂପତ୍ତି ତାଲିକା

ଲକ୍ଷ୍ମୌ : (ସଂକେତ ଟିଭି) ଉତ୍ତରପ୍ରଦେଶରେ ମନ୍ତ୍ରୀ ଓ ଅଫିସରମାନଙ୍କ ସ୍ଥାବର ଅସ୍ଥାବର ସମ୍ପତିର ତାଲିକା ସାର୍ବଜନିନ କରିବାକୁ କୁହାଯାଇଛି । ଭ୍ରଷ୍ଟାଚାର ପ୍ରତି ଜିରୋ ଟଲେରାନ୍ସ ନୀତି ଅକ୍ଷରେ ଅକ୍ଷରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଦିନ ଏକ ବିଶେଷ ବୈଠକରେ ମନ୍ତ୍ରୀ ପରିଷଦ ସମୁହ ଓ ଅଫିସର ମାନଙ୍କ ସମ୍ପତି ତାଲିକା ଘୋଷଣା କରିବାକୁ କହିଛନ୍ତି ।

କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀଙ୍କର ଏହି ନିର୍ଣ୍ଣୟରେ କିଛି ଅଫିସରମାନଙ୍କ ଚିନ୍ତା ବଢିଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୈଠକରେ କହିଛନ୍ତି ଯେ ବିଶ୍ୱ ଲୋକତନ୍ତ୍ର ପାଇଁ ଜନପ୍ରତିନିଧି ମାନଙ୍କ ଆଚରଣ ସଂପୂର୍ଣ୍ଣ ସ୍ୱଛ ହେବା ଦରକାର । ଏହି ଭାବନାର ଅନୁରୁପରେ ସମସ୍ତ ମନ୍ତ୍ରୀ ଶପଥ ନେବାଠାରୁ ଆସନ୍ତା ତିନି ମାସ ଭିରରେ ନିଜର ଓ ତାଙ୍କ ପରିବାରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତିର ତାଲିକା ସାର୍ବଜନିନ ଘୋଷଣା କରିବେ ।