ପୁଣିଥରେ କାୟା ମେଳାଉଛି ନୂଆ ଓମିକ୍ରନ

ନୂଆଦିଲ୍ଲୀ : (ସଂକେତ ଟିଭି) କରୋନା ଥମିବାର ନାଁ ନେଉନି । ଏହାର ଗୋଟାଏ ପରେ ଗୋଟାଏ ଭାରିଆଣ୍ଟ୍‌ ବାହାରି ଜନଜୀବନକୁ ହନ୍ତସନ୍ତ କରି ପକାଉଛି । ନୂଆ ପ୍ରଜାତିର କରୋନା ବା ନୂଆ ଓମ୍ରିକନ୍‌ ମ୍ୟୁଟାଣ୍ଟ୍‌ ବିଷୟରେ ଆପଣ କ’ଣ ଜାଣିଛନ୍ତି? ଏହି ଭୂତାଣୁ ଏବେ ସୁଦ୍ଧା ୧୩ ଟି ଦେଶରେ ଚିହ୍ନଟ ହୋଇ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏବେ ସୁଦ୍ଧା ସବୁ ଦେଶଠାରୁ ଆଗରେ ରହିଛି ଆମେରିକା । ଓମିକ୍ରନର ଉପପ୍ରଜାତି ବିଏ.୨.୧୨.୧ କରୋନା ଭାଇରସ୍‌ ସଂକ୍ରମଣର ମୁଖ୍ୟ କାରଣ ପାଲଟିଛି ବୋଲି ଗବେଷଣାରୁ ଜଣାପଡ଼ିଛି ।

ୟୁ.ଏସ୍‌ ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍ସଙ୍କ ଡାଟା ରିପୋର୍ଟ ଅନୁଯାୟୀ, ଓମିକ୍ରନର ଉପପ୍ରଜାତି ବିଏ.୨.୧୨.୧ ସବୁଠାରୁ ଅଧିକ ସଂକ୍ରମଣ କରାଉଛି । ଖାଲି ସେତିକି ନୁହେଁ ୫୮ ପ୍ରତିଶତ ସଂକ୍ରମଣ ଆମେରିକାରେ ଘଟୁଥିବା ସୂଚନା ରହିଛି । ଗବେଷକଙ୍କ କହିବା ଅନୁସାରେ, ଏହା ଓମିକ୍ରନଠାରୁ ମଧ୍ୟ ଅଧିକ ଶୀଘ୍ର ବ୍ୟାପି ଚାଲିଛି । ତେବେ ଏବେ ଗବେଷକମାନେ ଓମିକ୍ରନର ଉପପ୍ରଜାତି ବିଏ.୨.୧୨.୧କୁ ନେଇ ଭିନ୍ନ ଗବେଷଣା କରିବା ଆରମ୍ଭ କରି ଦେଇଛନ୍ତି । ପୂର୍ବରୁ ନେଇଥିବା ଟିକା ଏହି ପ୍ରଜାତି ପାଇଁ କାମ କରିବ କି ନାହିଁ ତାହା ଜାଣିବା ଏବେ ଗବେଷକଙ୍କ ପାଇଁ ପ୍ରଥମ କାର୍ଯ୍ୟ ହୋଇପଡ଼ିଛି ।

ଏବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ଘଟୁଛି । କ୍ରମାଗତ ୬ ଦିନ ଧରି ଦେଶରେ ଦୈନିକ କରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ଅେଇ ହଜାରରୁ ଅଧିକ ରହି ଆସୁଥିବା ବେଳେ କରୋନା ମାମଲା ଅଳ୍ପ କମିଛି ।