ଆଇପିଏଲ୍‌ରେ ଭାରତୀୟ ବ୍ୟାଟର ବିଫଳ

ମୁମ୍ବାଇ : (ସଂକେତ ଟିଭି) ଆଇପିଏଲ ୨୦୨୨ର ଅଧାରୁ ଅଧିକ ମ୍ୟାଚ୍ ଶେଷ ହୋଇସାରିଛି । ଆଶା ଅନୁସାରେ ଟପ୍‌ ଟିମ୍ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଏଭଳି ଭାବରେ ବଡ ଭାରତୀୟ ବ୍ୟାଟର ମଧ୍ୟ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ଟି-୨୦ରେ ଷ୍ଟ୍ରାଇକ୍ ରେଟ୍ ସବୁଠାରୁ ଅଧିକ ମୂଲ୍ୟ ରଖିଥାଏ । ଏଠାରେ ମଧ୍ୟ ବିଦେଶୀ ବ୍ୟାଟରଙ୍କ ରହିଛି କମାଲ ।

ଆଇପିଏଲର ୧୫ ତମ ସିଜିନରେ ୧୦୦ ରୁ ଅଧିକ ରନ୍ କରିଥିବା ବ୍ୟାଟସମ୍ୟାନ୍‌ଙ୍କ ଷ୍ଟ୍ରାଇକ୍ ରେଟକୁ ଦେଖିଲେ ଟପ୍‌-୫ ରେ କେବଳ ଜଣେ ଭାରତୀୟ ଅଛନ୍ତି । ଦିନେଶ କାର୍ତ୍ତିକ ଏହି ଲିଷ୍ଟରେ ସ୍ଥାନ ପାଇବାରେ ସଫଳ ଅଛନ୍ତି । ସେ ଏହି ଲିଷ୍ଟର ଟପ୍ ରେ ଅଛନ୍ତି । ଦିନେଶ କାର୍ତ୍ତିକ ୧୯୮ ଷ୍ଟ୍ରାଇକ ରେଟରେ ୨୧୬ ରନ୍ କରିଛନ୍ତି । ୧୬ଟି ଚୌକା ଓ ୧୫ଟି ଛକା ମାରି ସେ ଅ ।ରସିବି ପାଇଁ ଖେଳୁଛନ୍ତି । ପଞ୍ଜାବ କିଙ୍ଗସ୍ ରେ ସାମିଲ ଇଂଲଣ୍ଡର ଆକ୍ରାମକ ବ୍ୟାଟସମ୍ୟାନ୍ ଲିୟାମ ଲିଭିଙ୍ଗଷ୍ଟୋନ ଷ୍ଟ୍ରାଇକ୍ ରେଟ୍ ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୧୮୭ ଷ୍ଟ୍ରାଇକ୍ ରେଟରେ ୨୪୫ ରନ୍ କରିଛନ୍ତି । ତାଙ୍କର ୩ଟି ଅର୍ଦ୍ଧଶତ ରହିଛି । ୧୯ଟି ଚୌକା ଓ ୧୮ଟି ଛକା ରହିଛି । ତାଙ୍କର ଆଭରେଜ୍ ରନରେଟ୍ ୩୧ ରହିଛି ।

ଶ୍ରୀଲଙ୍କାର ଭାନୁକା ରାଜପକ୍ଷେ ତୃତୀୟ ସ୍ଥାନରେ ଅଛନ୍ତି । ପଞ୍ଜାବ କିଙ୍ଗସ୍ ପାଇଁ ଖେଳୁଥିବା ଏହି ବାମହାତୀ ବ୍ୟାଟସମ୍ୟାନ୍‌ ଏପର୍ଯ୍ୟନ୍ତ ୧୮୪ ଷ୍ଟ୍ରାଇକ୍ ରେଟ୍ରୁ ୧୨୫ ରନ୍ କରିଛନ୍ତି । ତେବେ ସେ ଏପର୍ଯ୍ୟନ୍ତ କେବଳ ୪ଟି ମ୍ୟାଚ୍ ଖେଳିଛନ୍ତି । ୭ଟି ଚୌକା ଓ ୧୦ଟି ଛକା ମାରିଛନ୍ତି । କେକେଆର ପାଇଁ ଖେଳୁଥିବା ଆନ୍ଦ୍ରେ ରସେଲ ୧୮୦ ଷ୍ଟ୍ରାଇକ୍ ରେଟରେ ୨୨୫ ରନ୍ କରିଛନ୍ତି । ୱେଷ୍ଟଇଣ୍ଡିଜ୍ର ଏହି ଖେଳାଳି ଜଣ ୧୨ଟି ଚୌକା ଓ ୨୨ଟି ଛକା ମାରିଛନ୍ତି । ତାଙ୍କ ପରେ ପଞ୍ଚମ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଗ୍ଲେନ୍ ମାକ୍ସୱେଲ । ସେ ୧୭୭ ଷ୍ଟ୍ରାଇକ୍ ରେଟ୍ ରେ ୧୨୪ ରନ୍ କରିଛନ୍ତି । ଏହା ଭିତରେ ରହିଛି ୨୧ଟି ବାଉଣ୍ଡ୍ରି । ସେ ଆରସିବି ଟିମ୍ ପାଇଁ ଖେଳୁଛନ୍ତି ।

ଇଂଲଣ୍ଡର ଜୋସ୍‌ ବଟଲର । ସେ ୪୯୯ ରନ୍ କରିଛନ୍ତି ଓ ଷ୍ଟ୍ରାଇକ୍ ରେଟ୍ ୧୫୯ ରହିଛି । ଭାରତର କେଏଲ୍ ରାହୁଲ ୩୬୮ ରନ୍ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୮ ରହିଛି ।