ଏଲ୍‌ଆଇସି ୩.୦: ୪ ମେ ରୁ ଆଇପିଓ ବିକ୍ରି ଘୋଷଣା

ନୂଆଦିଲ୍ଲୀ : (ସଂକେତ ଟିଭି) ସାର୍ବଜନିକ ବୀମା କମ୍ପାନୀ ଲାଇଫ ଇନ୍ସୁରାନ୍ସ କମ୍ପାନୀ (ଏଲଆଇସି) ଆଇପିଓ ବିକ୍ରି ଘୋଷଣା କରିଛି । ଏନେଇ ମୁମ୍ବାଇରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏଲ୍‌ଆଇସି ଅଧିକାରୀମାନେ ଏନେଇ ସ୍ପଷ୍ଟ କରିଛନ୍ତି ।

ଏଲ୍‌ଆଇସି ୩.୦ରେ ଲୋକଙ୍କୁ ଏହି ସୁଯୋଗ ମିଳିବ । ଏହି ଆଇପିଓ ସେୟାର ଧାରକ ହେବା ନିମନ୍ତେ ଆସନ୍ତା ମାସ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ନିମନ୍ତେ ସୁଯୋଗ ମିଳିବ । ଆଙ୍କର ନିବେଶକଙ୍କ ନିମନ୍ତେ ଏହା ମେ’ ୨ରୁ ଖୋଲିବ । ଏହାର ବଣ୍ଡ ଦର ୯୦୨ରୁ ୯୪୯ ଟଙ୍କା ଭିତରେ ରହିବ । ୨୧ ହଜାର କୋଟିର ଆଇପିଓ ଦେଶର ସବୁଠାରୁ ବଡ ପ୍ରାରମ୍ଭିକ ସର୍ବସାଧାରଣ ଅଫର ହେବ । ସରକାର ଆଇପିଓର ଆକାର ମଧ୍ୟ କାଟ କରିଛନ୍ତି ।

ଆଇପିଓ କିଣିବା ନିମନ୍ତେ ଏଲଆଇସି ପଲିସି ଧାରକମାନଙ୍କ ନିମେନ୍ତ ସେୟାର ପିଛା ଦର ୬୦ ଟଙ୍କା ଏବଂ ଅନ୍ୟ ନିବେଶକ ତଥା କର୍ମଚାରୀଙ୍କ ନିମନ୍ତେ ଏହାର ସେୟାର ପିଛା ୪୫ ଟଙ୍କା ରିହାତି ମିଳିବ । ଏଲଆଇସିରେ ସରକାରଙ୍କ ୩.୫ ପ୍ରତିଶତ ଅଂଶ ରହିଛି । ଯାହାର ପରିମାଣ ୨୨.୧୩ କାଟି ଟଙ୍କା ହେବ । ଏହା ଦ୍ୱାରା ସରକାର ୨୦ ହଜାର ୫୫୭.୨୩ କୋଟି ଟଙ୍କା ଏକାଠି କରିବେ ।

ତେବେ ଏହା ପୂର୍ବରୁ ସରକାର ଆଇପିଓ ଜାରି ପରେ ୬୦ ହଜାର କାଟି ଟଙ୍କା ପାଇବ ବୋଲି ଆଶା ଥିଲା । ଯାହା ଏଥିରୁ ବହୁତ କମ ରହିଛି । ଏଲଆଇସି କର୍ମଚାରୀଙ୍କ ନିମନ୍ତେ ଇକ୍ୟୁଇଟିର ୫ ପ୍ରତିଶତ ସଂରକ୍ଷଣ ରହିଛି । ପଲିସି ଧାରକଙ୍କ ନିମନ୍ତେ ୧୦ ପ୍ରତିଶତ ସଂରକ୍ଷଣ ରହିଛି । ଆଇପିଓ ସାଇଜକୁ ୫ ପ୍ରତିଶତରୁ ୩.୫ ପ୍ରତିଶତକୁ କାଟ କରାଯାଇଛି । ଏହି ଘୋଷଣା ସହ ଷ୍ଟକ ଏକ୍ସଚେଞ୍ଜରେ ଏଲଆଇସି ମେ ୧୭ ତାରିଖରେ ତାଲିକା ଭୁକ୍ତ ହେବ ।