ରାଜ୍ୟରେ ବଢ଼ିପାରେ ସଂକ୍ରମଣ
ଭୁବନେଶ୍ବର : (ସଂକେତ ଟିଭି) ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଦିଲ୍ଲୀର ୩ରୁ ୪ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ଦେଶରେ ବଡ଼ଧରଣର ସଂକ୍ରମଣ ହେବନି । ଓଡ଼ିଶାରେ ଦୈନିକ ୧୩,୦୦ ସଂକ୍ରମିତ ବାହାରିବେ ୧୫ ଦିନରେ ପିକ୍କୁ ଯାଇ ସଂକ୍ରମଣ ଖସିବ ବଢ଼ିଥାଏ । କରୋନାର ତିନୋଟି ଲହରରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଏଥର ବଡ଼ ଧରଣର ସଂକ୍ରମଣ ହେବନି । ଅନ୍ୟ ଦେଶର କେସ ଷ୍ଟଡିକୁ ଅନୁଧ୍ୟାନ କଲେ ଦେଶରେ ଦୈନିକ ସଂକ୍ରମଣ ୩୫ ହଜାରରେ ପହଞ୍ଚିବ ।
ସେହିପରି ରାଜ୍ୟରେ ଦୈନିକ ପ୍ରାୟ ୧୩୦୦ ସଂକ୍ରମିତ ବାହାରିବେ । ୧୫ ଦିନ ଭିତରେ ପିକ୍କୁ ଯାଇ ସଂକ୍ରମଣ ପୁଣି କମିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରି କହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଆଗକୁ ବିପଦ ରହିଛି । ରାଜ୍ୟ ସରକାର କୋଭିଡର ମୁକାବିଲା ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ରହିଛି । ଆମ ପାଖରେ ଔଷଧ ଓ ଅକ୍ସିଜେନ ମଧ୍ୟ ମହଜୁଦ୍ ରହିଛି । ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରସ୍ତୁତ ରହିଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି ।
ସବୁ ଜିଲ୍ଲା ସ୍ଥିତି ଉପରେ କଡ଼ା ନଜର ରଖିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଜିଲ୍ଲା ଗୁଡିକରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି । ଆମେ ଭଲ ସ୍ଥିତିରେ ଅଛୁ । ସଂକ୍ରମଣ ବଢିଲେ ହସ୍ପିଟାଲ ତୁରନ୍ତ ଖୋଲାଯିବ । ଟିକାକରଣ ବଢ଼ାଯାଉଛି । ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ । ଭିଡ଼ ସ୍ଥାନରେ ମାସ୍କ ପିନ୍ଧୁ । ସାମାଜିକ ଦୂରତା ଅବଲମ୍ବନ କରୁ । ଦରକାର ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ସମ୍ଭାବ୍ୟ ଚତୁର୍ଥ ଲହର ବଡ଼ ଧରଣର ସଂକ୍ରମଣ ହେବନି । ଆମେରିକାର ନୁ୍ୟର୍କରେ ଗତ ତୃତୀୟ ଲହରରରେ ଦୈନିକ ସଂକ୍ରମଣ ୨୫୦୦୦ ପର୍ଯ୍ୟନ୍ତ ଯାଇଥିଲା । ଏବେ ପୁଣି ନୂଆ ଭାରିଆଣ୍ଟ ସଂକ୍ରମଣରେ ଦୈନିକ ୨୫୦୦ କେସ ବାହାରିବା ସହିତ ପିକ ଛୁଇଁସାରି ୬୦୦କୁ ଖସି ଆସିଛି । ଏହି ଅନୁଧ୍ୟାନକୁ ଦେଖିଲେ ଦେଶରେ ଗତ ତୃତୀୟ ଲହରରେ ଦୈନିକ ସଂକ୍ରମଣ ପ୍ରାୟ ସାଢ଼େ ୩ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେହି ଅନୁପାତରେ ଏହି ଲହରରେ ଦୈନିକ ସଂକ୍ରମଣ ୩୫ ହଜାର ଯାଏ କେସ ଯାଇପାରେ । ସଂକ୍ରମଣର ୧୫ ଦିନ ଭିତରେ ପିକକୁ ଗଲା ପରେ ପୁଣି ସଂକ୍ରମଣ ତଳମୁହାଁ ହେବ ।
ସେହିପରି ରାଜ୍ୟରେ ବି ଦୈନିକ ସଂକ୍ରମଣ ପ୍ରାୟ ୧୩୦୦ ଯାଏ ପହଞ୍ଚି ପୁଣି ନିମ୍ନଗାମୀ ହେବ । ନୂଆ ଭାରିଆଣ୍ଟ ବିଏ ୨.୧୨ ଦ୍ୱାରା ସଂକ୍ରମିତ ହେଇଥିବା ବ୍ୟକ୍ତି ଗୁରୁତ୍ୱର ହେଉନାହାନ୍ତି କି ହସ୍ପିଟାଲାଇଜ ହେବାକୁ ପଡ଼ୁନି । ମୃତ୍ୟୁ ହାର ବି କମ୍ ରହିଛି । ଆମ ଦେଶରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଭଲ ରହିଛି । ତେବେ ଯେଉଁମାନେ ବୁଷ୍ଟର ଡୋଜ ନେଇନାହାନ୍ତି, ସେମାନେ ତୁରନ୍ତ ଟିକା ନେଇଯାଆନ୍ତୁ ବୋଲି ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି ।