ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ ଉମ୍ରାନ ମଲିକ

ମୁମ୍ବାଇ : (ସଂକେତ ଟିଭି) ଆଇପିଏଲ ୨୦୨୨ର ୪୦ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାଣ୍ଡ୍ୟା ବ୍ୟାଟିଂରେ ବିଶେଷ କିଛି କରି ପାରି ନ ଥିଲେ । ସେ ବ୍ୟାଟିଂ କରୁଥିବାବେଳେ ତାଙ୍କ କାନ୍ଧରେ ବଲ ବାଜି ଯାଇଥିଲା । ଏହା ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ଚିନ୍ତା ବ୍ୟକ୍ତ କରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ଉମ୍ରାନ ମଲିକଙ୍କ ବଲରେ ଏକ ବଡ ସଟ ମାରିବାକୁ ଚାହୁଁଥିଲେ, କିନ୍ତୁ ବଲ ତାଙ୍କ କାନ୍ଧରେ ବାଜିଥିଲା । ସେ ଯନ୍ତ୍ରଣାରେ ହାତ ଏପଟ ସେପଟ କରୁଥିବାର ଦେଖାଯାଇଥିଲା । ସଙ୍ଗେ ସଙ୍ଗେ ପଡ଼ିଆରେ ଫିଜିଓ ମଧ୍ୟ ପହଞ୍ଚିଥିଲେ । ଏହା ଦେଖି ତାଙ୍କ ନତାଶା ଷ୍ଟାନକୋଭିକ ଚିନ୍ତାରେ ପଡିଯାଇଥିଲେ । ଏବେ ଏହାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼ ଇନିଂସ ଖେଳିପାରି ନ ଥିଲେ । ସେ ମାତ୍ର ୧୦ ରନରେ ଉମ୍ରାନ୍‌ଙ୍କ ବଲରେ ଆଉଟ୍ ହୋଇଥିଲେ ।

ମ୍ୟାଚ୍ ପରେ ଉମରାନ୍ ନତାଶାଙ୍କୁ ହାତଯୋଡି କ୍ଷମା ମାଗିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଉମ୍ରାନଙ୍କୁ ପଛରୁ ଧରିଛନ୍ତି, ସେ ଷ୍ଟାଣ୍ଡରେ ଥିବା ନତାଶାଙ୍କୁ ଦେଖି ହାତ ଯୋଡୁଥିବାର ଫଟୋ ୱିସଡେନ ଇଣ୍ଡିଆର ଅଫିସିଆଲ ଟୁଇଟର୍ରେ ଶେୟାର କରାଯାଇଛି । ଏହି ଫଟୋ ଶେୟାର କରି କ୍ୟାପସନ ଲେଖାଯାଇଛି, ‘ସରି ସିନିୟର!’ । ଏହି ଫଟୋ ଦେଖି ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଷ୍ଟାଡିୟମରେ ଉପସ୍ଥିତ ଥିବା ନତାଶାଙ୍କୁ ଉମରାନ କ୍ଷମା ମାଗୁଛନ୍ତି ।