ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ବର : (ସଂକେତ ଟିଭି) ରାଜ୍ୟ ସରକାର ଆଇପିଏସ୍ ଅଫିସର ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ମନୋଜ ଛାବ୍ରାଙ୍କୁ ଜେଲ୍ ଡିଜି, ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ମିଳିଥିବା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ସଞ୍ଜୀବ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଉମାଶଙ୍କର ଦାସଙ୍କୁ କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ମିଳିଛି । ପ୍ରତୀକ ସିଂଙ୍କୁ ଭୁବନେଶ୍ୱର ଡିସିପି ଏବଂ ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି । ଶ୍ରବଣ ବିବେକ ବ୍ରହ୍ମପୁର ଏସପି, ଅଳିଳାଷ ଜୀ କଳାହାଣ୍ଡି ଏସପି, ସିଦ୍ଧାର୍ଥ କାଟତିଆ ଖୋର୍ଦ୍ଧା ଏସପି, ଅଲେଖ ପହୀ ନୟାଗଡ ଏସପି, ଏସ ସୁଶ୍ରୀ ନବରଙ୍ଗପୁର ଏସପି, ପରମାର ସ୍ମିତ ପରଷୋତ୍ତମଦାସ ହେଲେ ବରଗଡ ଏସପି, ରାହୁଲ ଜୈନ ଝାରସୁଗୁଡା ଏସପି, ଶ୍ରବଣ ବିବେକ ଏମ ବ୍ରହ୍ମପୁର, ଅଭିଳାଷ ଜିଙ୍କୁ କଳାହାଣ୍ଡି ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।