ଲକ୍ଷାଧିକ ଟଙ୍କାର କଏନ୍ ଦେଇ କିଣିଲେ ଦାମୀ ବାଇକ୍‌

ଚେନ୍ନାଇ : (ସଂକେତ ଟିଭି) କଥାରେ ଅଛି, ବିନ୍ଦୁ ବିନ୍ଦୁ ଜଳେ, ସିନ୍ଧୁ ସୃଷ୍ଟି । ଏହା ଅନେକ ସମୟରେ ସତ ବି ହୋଇଛି । ଆଉ ଏବେ ଏହି କଥାଟି ତାମିଲନାଡୁର ସାଲେମରେ ଥିବା ଜଣେ ଯୁବକଙ୍କ କ୍ଷେତ୍ରରେ ହୋଇଛି ସତ । କଥା ହେଉଛି ତାମିଲନାଡୁର ଜଣେ ଯୁବକ ତାଙ୍କ ସ୍ୱପ୍ନର ବାଇକ୍ କିଣିବାକୁ ମନରେ ରଖିଥିଲେ । ଆଉ ଏଥିପାଇଁ ସଞ୍ଚୟ କରୁଥିଲେ ଟଙ୍କା । ସେ ପୁଣି ୧୦୦- ୨୦୦ କି ହଜାର ଦୁଇ ହଜାର ଟଙ୍କିଆ ନୁହେଁ । ଟଙ୍କିକିଆ କଏନ୍ କରୁଥିଲେ ସଞ୍ଚୟ । କିନ୍ତୁ କେତେ ଶୁଣିଲେ ଉଡିଯିବ ହୋସ୍ । ସେ ସଞ୍ଚୟ କରିଥିଲେ ୨.୬ ଲକ୍ଷର ଟଙ୍କିକିଆ କଏନ୍ । ଯାହାକି ୩ ବର୍ଷ ଧରି କରିଥିଲେ ସଞ୍ଚୟ । ଆଉ ବାଇକ୍‌ ପାଇଁ ପୂରା ଟଙ୍କା ସଂଗ୍ରହ କରିବା ମାତ୍ରେ ସେ ତାକୁ ଧରି ଯାଇଥିଲେ ଶୋ’ରୁମ୍ । ଆଉ ସେଠି ସମସ୍ତେ ଖୁଚୁରା ଦେଖି ଆଶ୍ଚର୍ଯ୍ୟ ।

କୁହାଯାଉଛି ଯେ ଏହି ମୁଦ୍ରା ଗୁଡ଼ିକୁ ଗଣିବା ପାଇଁ ଶୋ’ରୁମରେ ଲାଗିଥିଲା ୧୦ଘଣ୍ଟା ସମୟ । ସୂଚନାନୁସାରେ, ଯୁବକଟିର ନାଁ ଭି ବୁାଥୀ । ଆଉ ସେ ତିନି ବର୍ଷ ପୂର୍ବେ ୧ ବଜାଜର ଡୋମିନାର ୪୦୦ ବାଇକ୍ କିଣିବାକୁ ସ୍ୱପ୍ନ ଦେଖୁଥିଲେ । ବାଇକର ମୂଲ୍ୟ ସେତେବେଳେ ଥିଲା ୨ ଲକ୍ଷ ଟଙ୍କା, ଯାହା କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିଲା । କିନ୍ତୁ,ସେ ବାଇକ୍‌ କିଣିବାକୁ ସ୍ଥିର କରି ନେଇଥିଲେ । ଆଉ ଗୋଟେ ଗୋଟେ ଟଙ୍କା ସଞ୍ଚିବା ଆରମ୍ଭ କରିଦେଲେ । ପୂରା ଟଙ୍କା ହୋଇଯିବା ପରେ ସେ ବାଇକ୍ କିଣିବାକୁ ଯାଇଥିଲେ । ସେତେବେଳକୁ ଏହାର ମୂଲ୍ୟ ହୋଇଯାଇଥିଲା ୨.୬ ଲକ୍ଷ । ଆଉ ସେ ତାଙ୍କ ସ୍ୱପ୍ନର ବାଇକ୍ କିଣିବାକୁ ହୋଇଯାଇଥିଲେ ସକ୍ଷମ ।