ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେବେ ନୂଆ ସ୍ପିନର

ମୁମ୍ବାଇ : (ସଂକେତ ଟିଭି) ମୁମ୍ବାଇ ଇଣ୍ଡିଆନ୍ସ ସ୍ପିନର ମହମ୍ମଦ ଅର୍ଶାଦ ଖାନ ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲର ଅବଶିଷ୍ଟାଂଶରୁ ବାଦ୍ ପଡ଼ିଛନ୍ତି । ତାଙ୍କ ବଦଳରେ ବାମହାତୀ ସ୍ପିନର କୁମାର କାର୍ତ୍ତିକେୟା ସିଂ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି । ତାଙ୍କୁ ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ କରାଯାଇଥିବା ଆଇପିଏଲ ପକ୍ଷରୁ ଗୁରୁବାର କୁହାଯାଇଛି ।

ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶକୁ ପ୍ରତିନିଧିତ୍ୱ କରୁଥିବା କୁମାର କାର୍ତ୍ତିକେୟା ଏପର୍ଯ୍ୟନ୍ତ ୯ ପ୍ରଥମ ଶ୍ରେଣୀ, ୧୯ ଲିଷ୍ଟ ଏ ଓ ୮ ଟି୨୦ ମ୍ୟାଚ୍ ଖେଳି ଯଥାକ୍ରମେ ୨୫, ୧୮ ଓ ୯ ଉଇକେଟ ନେଇଛନ୍ତି । ସେ ସପୋର୍ଟ ଟିମର ସଦସ୍ୟ ଭାବେ ମୁମ୍ବାଇ ଦଳ ସହ ଥିଲେ ।

ଉଲ୍ଲେଖଯୋଗ୍ୟ, ଲଗାତର ୮ ପରାଜୟ ବରଣ କରିଥିବା ମୁମ୍ବାଇ ପ୍ଲେ-ଅଫ୍ରୁ ବାଦ୍ ପଡ଼ି ସାରିଛି । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ୩୦ ତାରିଖରେ ନବି ମୁମ୍ବାଇସ୍ଥିତ
ଡି ୱାଇ ପାଟିଲ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ।