ରିଷଭ ପନ୍ତଙ୍କ ପାଇଁ ଶୁଭ ହେଲେ ପ୍ରେମିକା

ମୁମ୍ବାଇ : (ସଂକେତ ଟିଭି) କ୍ରମାଗତ ପରାଜୟର ଶିକାର ହେଉଥିବା ଦିଲ୍ଲୀର କ୍ୟାପିଟାଲ୍ସ ପାଇଁ ଶୁଭ ହୋଇଛନ୍ତି ରିଷଭ ପନ୍ତଙ୍କ ପ୍ରେମିକା ଇଶା ନେଗି । ତାଙ୍କ ଉପସ୍ଥିତିରେ ଦିଲ୍ଲୀର କ୍ୟାପିଟାଲ୍ସ କୋଲକାତା ନାଇଟ୍‌ ରାଇଡର୍ସକୁ ପରାଜିତ କରିଛି ।

ଗୁରୁବାର ଦିନ ମ୍ୟାଚରେ ଦିଲ୍ଲୀର କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ଦୁହେଁ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଦିଲ୍ଳୀ ଟିମ୍ର ଅଧିନାୟକ ରିଷଭ୍ ପନ୍ତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷ ଓଭରରେ ରୋଭମନ ପାୱେଲ ଧୂଆଁଦାର ବ୍ୟାଟିଂ କରି କୋଲକାତାକୁ ହରାଇଛି । ତେବେ ମୁମ୍ବାଇର ୱାନେ୍‌ଙ୍ଖଡେ ଷ୍ଟାଡିୟମ୍ ରେ ଏହି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍‌ ଭାଇରାଲ ହୋଇଥିଲା । ଯେଉଁଥିରେ ସମସ୍ତ ଖେଳାଳୀଙ୍କ ପତ୍ନୀ , ପରିବାର ସଦସ୍ୟଙ୍କୁ ନଜର ଆସିବାବେଳେ ଦେଖିବାକୁ ମିଳିଥିଲା ରିଷଭ ପନ୍ତଙ୍କ ଗର୍ଲଫ୍ରେଣ୍ଡ ଇଶା ନେଗି ଏବଂ ଭଉଣୀ ସାକ୍ଷୀ ପନ୍ତ । ଦୁହେଁ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ ।

ଯେତେବେଳେ ମ୍ୟାଚ୍ ଆରମ୍ଭ ହେଲା, ଉଭୟଙ୍କୁ ଟିଭି କ୍ୟାମେରାରେ ସେମାନଙ୍କୁ କଏଦ କରାଯାଇଥିଲା । ଇଶା ନେଗି ଏବଂ ସାକ୍ଷୀ ପନ୍ତ ଏକାଠି ବସି ପରସ୍ପର ସହ କଥା ହେଉଥିଲେ । ରିଷଭ ଏବଂ ତାଙ୍କ ଦଳକୁ ସମର୍ଥନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ଦିଲ୍ଲୀ କ୍ୟାପିଟାଲ୍ ମ୍ୟାଚ୍ ଜିତିଥିଲା, ସେତେବେଳେ ଉଭୟ ଖୁସିରେ ବସିଥିବା ବେଳେ ଉଠି ପଡି ଜୋରରେ ତାଳି ମାରିଥିଲେ । ଫ୍ୟାନ୍ସମାନେ ଏହି ଫଟୋ ଦେଖି କହିଥିଲେ ଇଶା ଆସିବା ମାତ୍ରେ ଦିଲ୍ଲୀକୁ ସଫଳତା ମିଳିଛି ।

ଇଶା ନେଗିଙ୍କ ଫଟୋ କ୍ୟାମେରାରେ କଏଦ ହେବା ପରେ ସୋସିଆଲ ମିଡିଆରେ ଖୁବ୍ ମଧ୍ୟ ଭାଇରାଲ ହେଉଛି । ଏହାକୁ ଦେଖି ପ୍ରଶଂସକମାନେ ମଧ୍ୟ ଟ୍ୱିଟ୍ କରିବା ଆରମ୍ଭ କରି ଦେଇଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି ଯେ ଆଜି ଭାଉଜ ମ୍ୟାଚ୍ ଦେଖିବା ପାଇଁ ଆସିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି କି ଭାଉଜ ଆସିଲେ ପୁଣି ଲେଡି ଲକ୍ ହୋଇ ।

କହିବାକୁ ଗଲେ ରିଷଭ ପନ୍ତ ଏବଂ ଇଶା ନେଗି ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି ।ଯାହା ବର୍ତ୍ତମାନ ଦୁହେଁ ଖୋଲାଖୋଲି ଭାବେ ପ୍ରେମକୁ ମଧ୍ୟ ପ୍ରକାଶ କରୁଛନ୍ତି । କିଛି ଦିନ ପୂର୍ବେ ଯେତେବେଳେ ଇଶା ନେଗିଙ୍କର ଜନ୍ମଦିନ ଥିଲା, ରିଷଭ ତାଙ୍କ ନିଜ ଇନଷ୍ଟାଗ୍ରାମ ଆକାଉଞ୍ଚରେ ତାଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ । ଯାହା ଖୁବ୍ ବାଇରାଲ୍‌ ହୋଇଥିଲା । ଏହି ସମୟରେ ରିଷଭଙ୍କ ପୋଷ୍ଟରେ ଇଶା ନେଗି ମଧ୍ୟ ରିପ୍ଲାଏ ଦେଇଥିଲେ କି ପନ୍ତଙ୍କୁ ଆଇ ଲଭ ୟୁ ମଧ୍ୟ କହିଥିଲେ । ଏହି ପୋଷ୍ଟ ପର ଠାରୁ ସେମାନଙ୍କ ସମ୍ପର୍କ ବିଷୟରେ ଜଣାପଡିଯାଇଛି ।