ଦ୍ୱାରସୁଣୀ ଘାଟିରେ ଟ୍ରକକୁ ପଛରୁ ପିଟିଲା ବସ୍: ଜଣେ ମୃତ, ୫ ଆହତ

ବାରିପଦା : (ସଂକେତ ଟିଭି) ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ସ୍ଥିତ ଦ୍ୱାରସୁଣୀ ଘାଟିରେ ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ବାଙ୍ଗରିପୋଷୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ଆହତଙ୍କୁ ବାଙ୍ଗରିପୋଷୀ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଇଛନ୍ତି ।

ସୂଚନା ଅନୁସାରେ, ବସଟି ସମ୍ବଲପୁର ଅଞ୍ଚଳରୁ ମିସ୍ତ୍ରୀ ମାନଙ୍କୁ ନେଇ ମୁଶୀର୍ଦାବାଦ ଯାଉଥିଲା । ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ଦ୍ବାରଶୁଣି ଘାଟିରେ ବସଟି ଟ୍ରକ ପଛରେ ପିଟି ହୋଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇଥିବା ଜଣାପଡିଛି। ମୃତକ ମୁଶୀର୍ଦାବାଦ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।