୧୦୨ଟଙ୍କା ବଢିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ : (ସଂକେତ ଟିଭି) ଦେଶରେ ପୁଣି ବଢିଲା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ । ୧୯ କେଜି କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୧୦୨.୫୦ ପଇସା ବଢ଼ିଛି। ମୂଲ୍ୟ ବୃଦ୍ଧି ହେବା ପରେ ବର୍ତ୍ତମାନ ଏହି ସିଲିଣ୍ଡର ମୂଲ୍ୟ ୨୩୫୫.୫୦ ହୋଇଛି। ପୂର୍ବରୁ ଏହାର ମୂଲ୍ୟ ୨୨୫୨ ଟଙ୍କା ଥିଲା। ସେହିପରି ୫ କେଜିଆ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି କରିଛି କମ୍ପାନୀ। ବର୍ତ୍ତମାନ ୫ କେଜି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୬୫୫ ଟଙ୍କା ହୋଇଛି।

ପୂର୍ବରୁ ଏପ୍ରିଲ ୧ ତାରିଖରେ ୧୯ କେଜିଆ କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଫଳରେ ଏହାର ମୂଲ୍ୟ ୨,୨୫୩ ହୋଇଥିଲା। ସେହିପରି ମାର୍ଚ୍ଚ ୧ ତାରିଖ(ଆଜି) କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ୧୦୫ ଟଙ୍କା ବୃଦ୍ଧି ପାଇଥିଲା। ଗତ ୩ ମାସ ହେଲା ୧ ତାରିଖରେ ଏଲ୍‌ପିଜି ତାର ସିଲିଣ୍ଡର ମୂଲ୍ୟରେ ଅହେତକୁ ବୃଦ୍ଧି କରି ଚାଲିଛି।

ବର୍ତ୍ତମାନ କୋଲକାତାରେ ଏହି ଗ୍ୟାସ ଦର ୨,୪୫୫ ଟଙ୍କାକୁ ବୃଦ୍ଧି ପାଇଛି । ବାଣିଜ୍ୟ ନଗରୀ ମୁମ୍ବାଇରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ୨୩୦୭ ଟଙ୍କା ହୋଇଥିବାବେଳେ ଚେନ୍ନାଇରେ ଦାମ୍ ୨୫୦୮ ଟଙ୍କାକୁ ବୃଦ୍ଧି ପାଇଛି । ୟୁକ୍ରେନ୍‌ ପରିସ୍ଥିତି ଏବଂ ଯୋଗାଣ ଅସୁବିଧା ଫଳରେ ବିଶ୍ବବ୍ୟାପୀ ଇନ୍ଧନ ଦର ବୃଦ୍ଧି ପାଇବା କାରଣରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପାଇଛି।

ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରତିମାସରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ କରାଯାଇଥିଲା । ଅନ୍ୟପଟେ ଦୀର୍ଘ ଦିନ ହେବ ଦେଶରେ ତେଲ ଦର ସ୍ଥିର ରହିଛି । ଶେଷଥର ପାଇଁ ଗତ ୬ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା । ସେହିଦିନ ପରଠାରୁ ଦର ଅପରିବର୍ତ୍ତିତ ରହିଛି । ମାର୍ଚ୍ଚ ୨୨ ତାରିଖରୁ ତେଲ କମ୍ପାନୀମାନେ ଲଗାତାର ଭାବେ ଦର ବଢାଇ ଚାଲିଥିଲେ । ଲଗାଣ ବୃଦ୍ଧି ପରେ ୧୬ ଦିନ ମଧ୍ୟରେ ଦେଶରେ ତେଲ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଯାଇଥିଲା ।