ବାତ୍ୟାର ରୂପ ନେଇପାରେ ଲଘୁଚାପ

ନୂଆଦିଲ୍ଲୀ : (ସଂକେତ ଟିଭି) ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ମାସ ୬ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବାତ୍ୟା ରୂପ ନେବାର ଆକଳନ କରାଯାଇଥିଲେ ମଧ୍ୟ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିାରିନାହିଁ । ତେଣୁ ଏକ୍ଷେତ୍ରରେ ମେ ମାସରେ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ମେ ମାସରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସାଧାରଣତଃ ମେ ମାସରେ ଲଘୁଚାପ ହେଲେ ଏହାର ତୀବ୍ରତା ଅଧିକ ରହିବାର ସମ୍ଭାବନା ଥାଏ । ତେଣୁ ମେ ମାସରେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବନି । ସେ ଆହୁରି କହିଛନ୍ତି ଯେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ମେ ୬ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ତୀବ୍ରତା ଓ ଗତିପଥ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହା ବାତ୍ୟାର ରୂପ ନେବାପରେ ଏ ବାବଦରେ ସ୍ପଷ୍ଟ ସୂଚନା ଦିଆଯାଇ ପାରିବ ବୋଲି ସେ କହିବା ସହ ଏହାର ତୀବ୍ରତା ସହିତ ବାତ୍ୟା କେଉଁ ଉପୂକଳରେ ମାଡ଼ ହେବ ସେନେଇ ବିଶଦ ସୂଚନା ମିଳିପାରିବ ।

ବିଶେଷଭାବେ ପ୍ରାକ୍ ମୌସୁମୀ ଓ ମୌସୁମୀ ଋତୁ ପରେ ପରେ ହିଁ ଭାରତ ମହାସାଗରରେ ୨ରୁ ୪ଟି ବାତ୍ୟା ଦେଖାଦେଇଥାଏ । ମାର୍ଚ୍ଚରୁ ଜୁନ୍ ଓ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହିଁ ବାତ୍ୟା ବଳ ନେଇ ଉପକୂଳରେ ମାଡ଼ କରିଥାଏ । ମେ କିମ୍ବା ନଭେମ୍ବର ମାସରେ ବାତ୍ୟା ଆସିଲେ ସାଧାରଣତଃ ଏହାର ତୀବ୍ରତା ଅଧିକ ରହିଥାଏ । ତେଣୁ ଆସନ୍ତା ୬ ତାରିଖରେ ଆକଳନ କରାଯାଉଥିବା ଲଘୁଚାପ କ୍ଷେତ୍ର ରୂ ନେବାପରେ ହିଁ ସବୁକିଛି ସ୍ପଷ୍ଟ ହେବ ।