ଆଇପିଏଲ୍ ଚମକ୍ ଇମ୍ରାନ୍‌ ମଲିକଙ୍କ ପିତା ବିକୁଛନ୍ତି ଫଳ

ମୁମ୍ବାଇ : (ସଂକେତ ଟିଭି) ଆଇପିଏଲ୍ ୨୦୨୨ରେ ଭାରତୀୟ ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକଙ୍କ ଚର୍ଚ୍ଚା ସବୁଠି ଚାଲିଛି । ଉମ୍ରାନଙ୍କ ବୋଲିଂ ଗତି ଦେଖି କେବଳ କ୍ରିକେଟ୍ ପ୍ରଶଂସକ ନୁହେଁ,କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । କଶ୍ମୀରର ଏହି ଯୁବ ବୋଲର ଭାରତର ଭବିଷ୍ୟତ ବୋଲି କୁହାଯାଉଛି । ନିକଟରେ ସେ ଗୁଜରାଟ ଟଇଟାନ୍ସ ବିପକ୍ଷରେ ୫ଟି ଉଇକେଟ୍‌ ନେଇଛନ୍ତି ।

କଶ୍ମୀରର ଦ୍ରୁତ ବୋଲର ଉମ୍ରାନ ଚଳିତବର୍ଷ ଆଇପିଏଲର ସବୁଠାରୁ ବିପଦଜନକ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଜଣେ । ୧୫୦ କିମିରୁ ଅଧିକ ବେଗରେ ଉମରନ କ୍ରମାଗତ ଭାବରେ ବୋଲିଂ କରିବାର କଳା ରଖିଛନ୍ତି । ଆଇପିଏଲ ୨୦୨୨ରେ ୮ଟି ମ୍ୟାଚରେ ସେ ୧୫ ଉଇକେଟ ନେଇଛନ୍ତି । ପର୍ପଲ କ୍ୟାପ ତାଲିକାରେ ୟୁଜଭେନ୍ଦ୍ର ଚହଲଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଉମରାନଙ୍କୁ ସାରା ଦେଶରେ ପ୍ରଶଂସା କରାଯାଉଥିବାବେଳେ ଏବେ ବି ତାଙ୍କ ପିତା ଅବଦୁଲ ରସିଦ ରାସ୍ତା କଡରେ ଫଳ ବିକୁଛନ୍ତି । ନିକଟରେ ଅବଦୁଲ କହିଥିଲେ, ତାଙ୍କ ପୁଅର ଚମତ୍କାର ପ୍ରଦର୍ଶନ ଦେଖିବା ପରେ ବଜାରର ଲୋକମାନେ ତାଙ୍କୁ ଅଧିକ ସମ୍ମାନ ଦେବା ଆରମ୍ଭ କରି ଦେଇଛନ୍ତି । ପୁଅ ଭାରତ ପାଇଁ ବିଶ୍ୱକପ ଖେଳୁ ଏତିକି ଚାହୁଁଥିବା ସେ କହିଛନ୍ତି ।